ମୋହନା(ମିହିର ମାଳି): ଚଳିତ ସାଧାରଣ ନିର୍ବାଚନରେ ଜନତାଙ୍କୁ ମିଥ୍ୟା ପ୍ରତିଶୃତି, EVM ଜାଲିଆତି କରି ବିଜୟୀ ହେବା ପରେ ନିର୍ବାଚନୀ ପ୍ରତିଶୃତି ଭୁଲି କାର୍ଯ୍ୟକାରୀ କରୁ ନ ଥିବା ଅଭିଯୋଗ କରି ସାରା ରାଜ୍ୟରେ ବିଜେପି ବିରୋଧୀ ପ୍ରଦର୍ଶନ କରୁଛି ବିଜେଡି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ମୋହନା ବ୍ଲକ ବିଜେଡି ପକ୍ଷରୁ ମୋହନା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ସରକାର ବିରୋଧରେ ରଣହୁଙ୍କାର ଦେଇ ଜନ ଜାଗରଣ ସଚେତନତା କାର୍ଯ୍ୟକ୍ରମ ତଥା ପ୍ରତିବାଦ ସଭା କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ବହୁବିଧ ଦାବି ସମ୍ବଳିତ ଏକ ପତ୍ର ବିଜେଡି ପକ୍ଷରୁ ଦିଆଯାଇଛି । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହାଡିଆ କନ୍ଧଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲା ମହିଳା ବିଜେଡି ଯୁଗ୍ମ ସମ୍ପାଦିକା ମମତା ମଳିକ, ସଂଗଠକ ଅଭୟ ପରିଛା, ବିଭୁ ଚରଣ ମଳିକ, ଗୋପୀନାଥ ବସ୍ତରାଏ, ମାଥିଉ ଅଧିକାରୀ, ପ୍ରଫୁଲ୍ଲ ପରିଛ୍ଛା , ଭାସ୍କର ବେହରା, ଯୁବ ନେତା ସୁକାନ୍ତ ନାୟକ, ଶିଶିର ନାୟକ, ଅମିତ ନାୟକ, ତୀର ନାୟକ, ଦୟାନିଧି ନାୟକ, ବିଭୁତି ମଳିକ, ଜାକୋବ ମାଝୀଙ୍କ ସମେତ 150ରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ଥିଲେ ।