ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ରାଜ ନହର ଠାରେ ଆଜି ଶୁକ୍ରବାର ଏଗାରଟା ବେଳେ ଗଜପତି କଲେଜ୍ ଅଫ ନର୍ସିଂ ଛାତ୍ରୀଙ୍କ ପକ୍ଷରୁ ପଶ୍ଚିମ ବଙ୍ଗର ମୃତ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଏକ ରାଲି ଅନୁଷ୍ଠିତ ହୋଇ ଯାଇଛି । ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରା ଯାଇଥିବା ବେଳ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆଜି ଅନୁଷ୍ଠାନର ପ୍ରିନ୍ସପାଲ୍ କେ ନିରଜାଙ୍କ ତତ୍ତ୍ଵାବଧାନରେ ଗଜପତି କଲେଜ୍ ଅଫ ନର୍ସିଂ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଫ୍ଲାଗ କାର୍ଡ ଧରି ନଗର ପରିକ୍ରମା କରିଥିଲେ । ଏହି ଅବସରରେ ନାରୀ ଲମାନଙ୍କ ସୁରକ୍ଷା ସହ ମୃତ ଡାକ୍ତର ଛାତ୍ରୀଙ୍କୁ ନ୍ୟାୟ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଥିଲେ।