ଭୁସୁଡିଲା ଘର , ଅଳ୍ପକେ ବର୍ତ୍ତିଲେ ପରିବାର…

ନୟାଗଡ଼( ରତ୍ନାକର ହୋତା): ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ସମସ୍ତ ପରିବାର ଲୋକ ଘର ମଧ୍ୟରେ ସୋଇଥିବା ବେଳେ ତାଙ୍କର ଝାଟିମାଟି ଘରଟି ଗତକାଲି ମଧ୍ୟରାତ୍ର ସମୟରେ ଅଚାନକ ଭୁଶୁଡ଼ି ପଡ଼ିଥିଲା l ଏହି ଭଙ୍ଗାଘର ମଧ୍ୟରେ ଶ୍ରୀକାନ୍ତଙ୍କ ରୋଗିଣା ମାଁ, ଆସନ୍ନପ୍ରସବା ସ୍ତ୍ରୀ ଫସି ରହିଥିଲେ । ଗ୍ରାମବାସୀଙ୍କ ଦୀର୍ଘ ୨ ଘଣ୍ଟାର ଉଦ୍ୟମ ପରେ ଭଙ୍ଗା ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରକାଶ ଥାଉକି ଶ୍ରୀକାନ୍ତ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସେ ଏକ ଚା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥାଆନ୍ତି । ତାଙ୍କର ବାସଗୃହ ଭାଙ୍ଗିଯିବା ଯୋଗୁଁ ସେ ସଂପୂର୍ଣ୍ଣ ବେସାହାରା ହୋଇ ପଡିଛନ୍ତି । ତେଣୁ ତାଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି ।