ରାସ୍ତା ନିର୍ମାଣ ପାଇଁ ସହଯୋଗର ହାତ ବଢ଼ାଇଲେ ବ୍ଳକ ଉପାଧ୍ୟକ୍ଷ ଓ ଜନ ପ୍ରତିନିଧି, ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନିର୍ମାଣ ହେଲା ରାସ୍ତା….

କୋକସରା(ତ୍ରିଲୋକ୍ୟ ବେଶ୍ରା): ବର୍ଷା ଦିନରେ ରାସ୍ତା ସମସ୍ୟା ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ମଙ୍ଗଳପୁର ଓ ମୂଷାପାଳି ପଞ୍ଚାୟତ ମାଲପଡା, ମୁର୍ଦୁଙ୍ଗିଆ ପଡାର ବାସୀନ୍ଧା l ଖପ୍ରାମାଲ ଠାରୁ ବଗଡ଼ିଆ ପଡା ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ଏହି ଅଞ୍ଚଳର ଗ୍ରାମବାସୀମାନେ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ମୁଷାପାଲି ଗ୍ରାମର ଏକାଧିକ ରାସ୍ତା ମରାମତି ହୋଇଛି । ସୂଚନା ଅନୁସାରେ ମୁଷାପାଲି ଗ୍ରାମର ମୁଷାପାଲି-ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା । ରାସ୍ତାରେ ପାଣି କାଦୁଅ ହେଉଥିବା କାରଣରୁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଓ କୋମଳମତୀ ଶିଶୁମାନେ ଅଙ୍ଗନୱାଡ଼ି ଯିବାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ଗ୍ରାମବାସୀମାନେ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ଯୋଜନାରେ ଉକ୍ତ ରାସ୍ତା ସବୁକୁ ସାମିଲ କରି ଅନୁଦାନ ଆସିଲେ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ସାମୟିକ ଭାବେ ରାସ୍ତା ମରାମତି କରିବାକୁ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଦୁଇ ପଞ୍ଚାୟତର ଗ୍ରାମବାସୀମାନେ ଅନୁରୋଧ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ସହଯୋଗର ହାତ ବଢ଼ାଇବା ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ଉଦ୍ୟମରେ ଗ୍ରାମର ଟ୍ରାକ୍ଟର ମାଲିକଙ୍କୁ କହି ଗ୍ରାମବାସୀଙ୍କ ଶ୍ରମଦାନରେ ଗ୍ରାମର ମୁଷାପାଲି ମାଲପଡା ରାସ୍ତା, ମୁର୍ଦୁଙ୍ଗିଆପଡା ଠାରୁ ବରଡିକୋଟ ରାସ୍ତା ଓ ମୁଷାପାଲି, ଖପରାମାଲା ରାସ୍ତା ଠାରୁ ବଗଡିଆପଡା ରାସ୍ତା ମୋରମ ପକାଇ ଖାଲଖମା ଗୁଡ଼ିକ ପୋତି ମରାମତି କରାଯାଇଛି । କିଛିଦିନ ତଳେ ରାସ୍ତାରେ ତଳି ରୋଇ ରାସ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ପ୍ରତିବାଦ କରିଥିବା ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହୋଇଛି । ବ୍ଳକ ଉପାଧ୍ୟକ୍ଷଙ୍କ ପ୍ରଚେଷ୍ଟା ଓ ସହଯୋଗରେ ଏହି ସବୁ ରାସ୍ତା ମରାମତି କାର୍ଯ୍ୟ ହୋଇଥିବାରୁ ବ୍ଲକ ପ୍ରଶାସନ, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ସାଧୁବାଦ ଦିଆଯାଇଛି।