ଆଦିବାସୀମାନଙ୍କ ଦ୍ୱାରା ଗଜପତି ଜିଲ୍ଲାରେ ବନ୍ଦ ଡାକରା, ଯାତାୟାତ ସେବା ବାଧା ପ୍ରାପ୍ତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା ): ଅନୁସୂଚିତ ଜାତି ଜନଜାତିଙ୍କ ପକ୍ଷରୁ ଗଜପତିରେ ବନ୍ଦ ଡାକରା ବନ୍ଦ ଡାକରା ଦିଆ ଯାଇଛି । ସୁପ୍ରିମକୋର୍ଟଙ୍କ ଆରକ୍ଷଣରେ ବର୍ଗୀକରଣ କରିଥିବାକୁ ବିରୋଧ କରି ଏହି ଭାରତ ବନ୍ଦ ଡାକରା ଦିଆ ଯାଇଥିବା ବେଳେ ଗଜପତିରେ ମଧ୍ଯ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ଅବସରରେ ଆଦିବାସୀ ନେତାମାନେ ନଗର ପରିକ୍ରମା କରି ବିଭିନ୍ନ ଦୋକାନ ବଜାର ଏବଂ ବିଭିନ୍ନ ଅନୁଷ୍ଠାନ ଗୁଡ଼ିକୁ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥି ସହ ବିଭିନ୍ନ ଛକ ଠାରେ ବେରିକେଟ ଲଗାଇ ରାସ୍ତା ଜାମ କରାଯାଇଛି l ଯାହା ଫଳରେ ବହୁ ଯାହାନ ବାହନ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଅପ୍ରିତିକର ପରିସ୍ଥିତି ଘଟି ନଥିବା ବେଳେ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।