ସୁନ୍ଦରଗଡ଼ରେ 12 ଘଣ୍ଟିଆ ଭାରତ ବନ୍ଦ, ରାୟ ନ ବଦଳିଲେ ଆନ୍ଦୋଳନ ଭୟା ବହ ହେବ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତିରିଆ): ଅଗଷ୍ଟ 1ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିରୋଧରେ ଏସ. ସି/ଏସ. ଟି ସମନ୍ଵୟ କମିଟି ଦ୍ଵାରା ଏହି ବନ୍ଦ ପାଳନ ହେଉଛି । ସମ୍ବିଧାନର ଅର୍ଟିକଲ-341ଓ 342କୁ ଏହି ରାୟ ବିରୁଦ୍ଧାଚଣ କରୁଥିବା ଅଭିଯୋଗ କରି ବନ୍ଦର ଡାକରା ଦିଆଯାଇ ଥିବା ଏହି କମିଟି କହିଛି । ମାନ୍ୟବର ସୁପ୍ରିମ କୋର୍ଟ ଏହା ଉପରେ ପୁନର୍ବିଚାର କରନ୍ତୁ ବୋଲି କମିଟି ନିବେଦନ କରିଛି । ତାହା ନ ହେଲେ ଏହି ଆନ୍ଦୋଳନ ଆଜି ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ଆଗାମୀ ଦିନରେ ଏହାର ରୂପରେଖ ବଦଳିବା ସହ ଭାୟଙ୍କର ହେବ ବୋଲି ସୁନ୍ଦରଗଡ଼ ଏସ.ସି/ଏସ.ଟି କମିଟିର ଜିଲ୍ଲା ଆବାହକ ଚେତାବନୀ ଦେଇଛନ୍ତି । ତେବେ ଏସ ସି/ଏସ ଟି କମିଟିର ଏହି ବନ୍ଦ ଡାକରା ସୁନ୍ଦରଗଡ଼ରେ ବେଶ୍ ପ୍ରଭାବ ପକାଇଛି । ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ସରକାରୀ ଓ ବେସରକାରୀ ଅନଷ୍ଠାନଗୁଡିକ ବନ୍ଦ ଅଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ରାଜ୍ୟ ରାଜପଥ 10କୁ ଆନ୍ଦୋଳନକାରୀମାନେ ବନ୍ଦ କରି ଏହି ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ବନ୍ଦରେ ଦାମୋଦର ମାଝି, ଜିଲ୍ଲା ଆବାହକ, ଏସ ସି/ଏସ ସି ସମନ୍ୱୟ କମିଟିଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ l