ସଂରକ୍ଷଣ କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ଜବାବରେ ଏସସି ଓ ଏସଟି ସଂଘ ମାଲକାନଗିରି ତରଫରୁ ଭାରତ ବନ୍ଦକୁ ସମର୍ଥନ….

ମାଲକାନଗିରି(ବିକାଶ କୁମାର ଦଣ୍ଡସେନା): ମାଲକାନଗିରିରେ ମଧ୍ୟ ସୁପ୍ରିମକୋର୍ଟର ରାୟ ବିରୁଦ୍ଧରେ ଭାରତ ବନ୍ଦ ଡାକରାକୁ ଏସସି ଓ ଏସଟି ସଂଘ ତରଫରୁ ସମର୍ଥନ ଦେବା ସହ ସମସ୍ତ ବ୍ଲକ୍ ତଥା ଗଳି କନ୍ଦିରେ ମଧ୍ୟ କଡାକଡି ଭାବେ ଭାରତ ବନ୍ଦ ପାଳନ କରାଯାଇଛି । ଅନେକ୍ ଆଦିବାସୀ ଲୋକେ ଆଜି କାମଧନ୍ଦା ସବୁ ଛାଡ଼ି ନିଜ ଅଞ୍ଚଳର ମୁଖ୍ୟ ରାସ୍ତାକୁ ଅଲାଇ ସରଂକ୍ଷଣ ବିରୋଧୀ ବିଚାରଧାରା ବିରୁଦ୍ଧରେ ସ୍ଵରଉତ୍ତୋଳନ କରିଥିଲେ । ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ଯେ ରାଜ୍ଯମାନେ ଏସସି ଓ ଏସଟି ସରଂକ୍ଷଣରୁ ଏକ ଅଣଗୋଷ୍ଠୀ ଯାହାକୁ ଆମେ କହି ପାରିବା “କ୍ରିମି ଲେୟାର୍” ଗୋଷ୍ଠୀକୁ ଅଲଗା ଭାବେ ଚିହ୍ନଟ କରି ପାରିବେ ଏବଂ ପ୍ରକୃତ ହିତାଧିକାରୀଙ୍କୁ କିପରି ସରଂକ୍ଷଣର ଅଧିକ ସୁବିଧା ସୁଯୋଗ ଦେଇପାରିବେ ତାହା ବ୍ୟବସ୍ଥା କରିପାରିବେ । ତେବେ ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ସୁପ୍ରିମକୋର୍ଟର ରାୟକୁ ହୃଦୟଙ୍ଗମ କରି କହିଥିଲେ ଯେ ଏହି ନିଷ୍ପତ୍ତିଟି ଆମ ସମ୍ବିଧାନ ଉପରେ ଏକ ପ୍ରହାର ସଦୃଶ ଏବଂ ଆମ ସରକାର ତଥା ସୁପ୍ରିମକୋର୍ଟକୁ ଏହି ରାୟକୁ ନେଇ ପୁନଃବିଚାର କରି ବରଖାସ୍ତ କରିବା ଉଚିତ୍ ଯଦି ଏହିପରି ନ କରାଯାଏ ତେବେ ଆଗାମୀ ଦିନରେ ଅଧିକ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଏସସି ଓ ଏସଟି ସଂଘର ସଦସ୍ୟ ସଦସ୍ୟା ମାନେ ସୂଚନା ଦେଇଥିଲେ । ତେବେ ଆଜିର ଏହି ବନ୍ଦ ଡାକରାରେ ଜରୁରୀକାଳୀନ ସେବା ବିଶେଷତଃ ସ୍ୱାସ୍ଥ୍ୟ ବିଭାଗ କୁ ଛାଡିଦେଲେ ବାକି ସମସ୍ତ କ୍ଷେତ୍ର ଯଥା ଦୋକାନ, ବଜାର, ଯାନବାହାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା ଯଦ୍ୱାରା ସାଧାରଣ ଲୋକେ ମଧ୍ୟ ଅନେକ ହଇରାଣର ଶିକାର ହୋଇଥିଲେ ।