ଭାରତ ମହାବନ୍ଦ୍ ପ୍ରଭାବରେ ସାରା ବୌଦ୍ଧ ଜିଲ୍ଲା ବନ୍ଦ୍…

ବୌଦ୍ଧ(ଅବବୁ ବକର ସିଦ୍ଦିକ): ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଗଷ୍ଟ ୨୧ ତାରିଖରେ ଭାରତ ମହାବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ ଆଜି ସକାଲୁ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଗାନ୍ଧୀ ଛକଠାରେ ଜାତୀୟ ରାଜପଥ 57 ଉପରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ପିକେଟିଂ କରି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକିରହିଥିବା ବେଳେ ଦୋକାନ ବଜାର ବ୍ୟାଙ୍କ ସ୍କୁଲ କଲେଜ୍ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ୍ ରହିଛି । ସକାଳ 6 ଘଣ୍ଟାରୁ ସନ୍ଧ୍ୟା 6 ଘଣ୍ଟା ପର୍ଯ୍ୟନ୍ତ ଏହି ବନ୍ଦ୍ ପାଳନ କରାଯିବା ବୋଲି ସୂଚନା ମିଳିଛି । ଏହି ବନ୍ଦରେ ବିଭିନ୍ନ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ବାକି ସବୁ ବନ୍ଦ୍ ରହିଛି । ବାବାସାହେବ ଡ. ଭୀମରାଓ ଆମ୍ୱେଦକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଯେଉଁ ଅଧିକାର ଦେଇଛନ୍ତି l ସେଥିରେ ବାଛ ବିଚାର କରାଯିବା ଅନୁଚିତ ବୋଲି ମତପ୍ରକାଶ ପାଇଛି । ଅନ୍ୟପଟେ କଣ୍ଟାମାଳ, ହରଭଙ୍ଗା ଓ ବୌଦ୍ଧରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।