ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ କୁଡ଼ିମୁଞ୍ଜା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରି ଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ ଶ୍ୟାମସନ୍ ପ୍ରଧାନ(୪୦) l କୁଡ଼ିମୁଞ୍ଜା ଗ୍ରାମର ଶ୍ୟାମସନ ଘରେ ଏକାକୀ ଥିବା ସମୟରେ ଦୁଲାରେ ରସି ଲଗାଇ ଆତ୍ମହତ୍ୟା କରିଥିଲା । ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ । ଖବର ପାଇ ଦାରିଙ୍ଗବାଡି ଥାନା ଅଧୂକାରୀ ରମେଶ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ପି ଶ୍ରୀନିବାସ ରାଓ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।