ଦାରିଙ୍ଗବାଡିରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ରମେଶ ପ୍ରଧାନ ସୋମବାର ଦିନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଫୁଲବାଣୀ ଜିଲ୍ଲା ହେଡ କ୍ୱାଟର ଠାରେ କାର୍ଯ୍ୟରତ ଥିଲେ । ପୂର୍ବ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି । ନୂତନ ଥାନା ଅଧୂକାରୀ ଯୋଗ ଦେବା ପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ ।