ସାନଚେରଗାଁ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୫ଟି କାମରେ ଦୁର୍ନୀତି ଅଭୋଯୋଗ, ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ…
ଗୋଲାମୁଣ୍ଡା(ଅଶ୍ବିନୀ ମଲ୍ଲୀକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାନଚେରଗାଁ ଫାଇଭ ଟି କାମରେ ମହା ଦୁର୍ନୀତି ହୋଇଥିବା ବେଳେ ଏହାକୁ ବିରୋଧ କରି ଆଜି ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇ ଆନ୍ଦୋଳନରେ ବସିଥିଲେ । ଅଭିଯୋଗରୁ ଜଣାଯାଏ ଯେ ଗତବର୍ଷ ଗତ ବିଜେଡି ସରକାର କାର୍ଯ୍ୟକାଳରେ ଏହି କଲେଜର ରୂପାନ୍ତର ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କାମଟି ଟେଣ୍ଡର ମାଧ୍ୟମରେ ହୋଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଟେଣ୍ଡର ହୋଇଥିବା ବେଳେ କାମଦେବ ବେମାଲ ନାମକ ଠିକା ସଂସ୍ଥା ଟେଣ୍ଡର ପାଇ କାର୍ଯ୍ୟ ଆରମ୍ଭ କରିଥିଲା । ଏହି କାର୍ଯ୍ୟଟି ପଞ୍ଚାୟତ ସମିତି ଗୋଲାମୁଣ୍ଡାଙ୍କ ତଦାରଖରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହାର କାମ ସରିନଥିବା ବେଳେ ବିଦ୍ୟାଳୟ ମରାମତି, ବିଜ୍ଞାନଗାର ନିର୍ମାଣ ଓ ଛାତ୍ରଛାତ୍ରୀଙ୍କ ନିର୍ମାଣ ହୋଇଥିବା ସୌଚାଳୟ ନିମ୍ନମାନର ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । କଲେଜର ଛାତକୁ ଗ୍ରେଡିଂ କରାଯାଇଥିବା ବେଳେ ଏବେ ବି ପାଣି ଝରୁଛି, ନୁଆ ବେଞ୍ଚଡ଼େକ୍ସ ଅଣା ଯାଇଥିବା ବେଳେ ତାହା ମଧ୍ୟ ଭାଙ୍ଗି ଗଲାଣି । ନୂତନ ବିଜ୍ଞାନଗାର ନିର୍ମାଣ ହଇଥିବା ବେଳେ ନିର୍ମାଣଧିନ ଛାତରୁ ପାଣି ଗଳୁଛି । ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ସୌଚାଳୟ ମଧ୍ୟ ନିମ୍ନମାନର ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ନିମ୍ନମାନର କାମ ନେଇ ପୂର୍ବରୁ କଲେଜ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ପୂର୍ବତନ ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ପ୍ରକାଶ କରିଛନ୍ତି। ଖବର ପାଇ ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା ଓ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ସମୟରେ ବିଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ବିରୋଧ କରିଥିଲେ । ଏହି କାର୍ଯ୍ୟର ତଦନ୍ତ କରି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଯାଥାଶିଘ୍ର କାର୍ଯ୍ୟ ସମାପନ କରିବାକୁ ଛାତ୍ରଛାତ୍ରୀମାନେ ଦାବୀ କରିଥିଲେ । ଏହି ସମୟରେ ବିଡିଓ ସମସ୍ତ କାର୍ଯ୍ୟର ତଦରାଖ କରିଥିବା ବେଳେ ଏକ ନୁତନ କମିଟି ଗଠନ କରାଯାଇ ନୂତନ କମିଟି ଜରିଆରେ ବାକିଥିବା କାର୍ଯ୍ୟ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଏକ କୋଟି ମଧ୍ୟରୁ ୫୫ ଲକ୍ଷ ବିଦ୍ୟାଳୟ ମରାମତି ବାବଦକୁ ଟେଣ୍ଡର ହୋଇଥିବା ବେଳେ ଠିକା ସଂସ୍ଥା ୧୪.୯୯ ଲେସରେ ଟେଣ୍ଡର ପାଇଥିଲା । ବାକି ୪୫ ଲକ୍ଷ ନୁଆ ବେଞ୍ଚଡ଼େକ୍ସ, ବିଜ୍ଞାନଗାର ସାମଗ୍ରୀ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରଖାଯାଇଥିଲା ଯାହାକି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ତତ୍ୱାବଧାନରେ କାର୍ଯ୍ୟ ହେବାର ଥିଲା । ବିଦ୍ୟାଳୟ ମରାମତି ବାବଦକୁ ପାଖାପାଖି ୪୭ ଲକ୍ଷ ମଧ୍ୟରୁ ୨୦ ଲକ୍ଷ ଟଙ୍କା ବିଲ ହୋଇଥିବା କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣରେ ପ୍ରଶ୍ନ ଉଠେ ଯେ ଗତ ବିଜେଡି ସରକାର ଫାଇଭ ଟି ମାଧ୍ୟମରେ ବିଦ୍ୟାଳୟର ରୁପାନ୍ତରଣ ପାଇଁ ପଦକ୍ଷେପ ନେଇଥିବା ବେଳେ ନିର୍ମାଣ ସମୟରେ କାର୍ଯ୍ୟର ତଦାରଖ ପାଇଁ କମିଟି ଗଠନ କାରାଯାଇ ଥାଏ । କିନ୍ତୁ ଏଠାରେ ସଂପୂର୍ଣ୍ଣ ବ୍ୟତିକ୍ରମ ହୋଇଥିଲା । ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ଏହାର ଅଭିଯୋଗ ହୋଇଥିଲେ ସୁଦ୍ଧା କିପରି ଠିକା ସଂସ୍ଥାକୁ ୨୦ ଲକ୍ଷ ବିଲ ପ୍ରଦାନ କରାଯାଇଥିଲା l ଏହା ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁମର କଥା ସାମ୍ନାକୁ ଆସିବ ବୋଲି ଅଭିଭାବକ ମହଳରୁ ଦାବୀ ହେଉଛି ।