ବାଲିଗୁଡାରେ ଯୋଗାଣ ବିଭାଗର ଚଡାଉ, 6 କୁଇଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ….

ବାଲିଗୁଡା (ସିବନ୍ତ ଦିଗାଲ ):କନ୍ଧମାଳ ଜିଲ୍ଲା ବାଲିଗୁଡା ସହକାରୀ ଯୋଗାଣ ବିଭାଗ ପକ୍ଷରୁ ବାଲିଗୁଡା ସହରରେ ତେଜରାତି ଦୋକାନ ଉପରେ ଚଡାଉ କରାଯାଇଛି । ସୂଚନା ମୁତାବକ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଉପରେ ଶନିବାର ଅଚାନକ ଭାବରେ ଚଡାଉ କରି 6 କୁଇଣ୍ଟାଲ ସରକାରୀ କଣ୍ଟ୍ରୋଲ ଚାଉଳ ଦେଖିବାକୁ ପାଇଥିଲେ ଯୋଗାଣ ବିଭାଗର କର୍ମଚାରୀ । ଉକ୍ତ ଚାଉଳ ବିଷୟରେ ସୂର୍ଯ୍ୟ ପ୍ରସାଦ ପଣ୍ଡା ଅଧିକାରୀ ମାନଙ୍କୁ କୌଣସି ପ୍ରକାରରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଏଣୁ ବାଧ୍ୟ ହୋଇ ଯୋଗାଣ ଅଧିକାରୀମାନେ ଉକ୍ତ 6 କୁଇଣ୍ଟାଲ ଚାଉଳକୁ ଜବର କରି ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟଲୟକୁ ସ୍ଥାନାନ୍ତରିତ କରିଛନ୍ତି । ଏନେଇ ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ନାମରେ ଏତଲା ଦାଏର କରାଯାଇଛି । ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ବିଭାଗୀୟ କର୍ମଚାରୀ । ଚଡାଉ ସମୟରେ ସରକାରୀ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଯୋଗାଣ ନିରୀକ୍ଷ ମୋଳୟ କୁମାର ମେହେର ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।