ଆର୍ ସି ଏମ ପକ୍ଷରୁ ସମ୍ପୂର୍ଣ୍ଣ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଭବାନୀପାଟଣା(ତୁଳମଣି ନାଗ): ୭୮ତମ ସ୍ଵାଧିନତା ଦିବସ ପାଳନ ଉପଲକ୍ଷେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ ଠାରେ (ଆର୍ ସି ଏମ) ପକ୍ଷରୁ ସମ୍ପୂର୍ଣ୍ଣ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନମୟ କୁମାର ଦରୁଆନ୍ ଯୋଗଦେଇ RCM କମ୍ପାନୀ ଓ RCMରେ ଯୋଡ଼ିତ ହୋଇ ଥିବା ପରିବାର ଓ ଶିକ୍ଷା ଗ୍ରହଣ କରି ଆସୁଥିବା ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଓ ଆର୍ ସି ଏମ କମ୍ପାନୀ ତାଙ୍କ ନିଜସ୍ୱ (ସି ଏସ୍ ଆର୍ CSR )ଫଣ୍ଡକୁ ନେଇ ଏହି ମହତ୍ତ୍ଵ ଉଦ୍ଧେଶ୍ୟ ପଦକ୍ଷେପ ନେଛନ୍ତି l ଏହେଉଛି ଗ୍ରହଣ ଯୋଗ୍ୟପ ପଦକ୍ଷେପ ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ  ସମ୍ମାନିତ ଅତିଥି  ପଦ୍ମଶ୍ରୀ ପଟାଟ ସାହୁ, ଡିଆଇ ପି ଆରଓ ମନୋକ କୁମାର ବେହେରା, ବସମସେଟ୍ଟି ବୁଦ୍ଧ ଶ୍ରୀନିବାସ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଉତ୍ତମ କୁମାର ସିଲ୍ RCM କମ୍ପାନୀର ଉଦ୍ଦେଶ୍ୟ ଲୋକଙ୍କ ପାଖରେ ରଖିଥିଲେ । ସୂଚନା ଯୋଗ୍ୟ ଯେ ଆର୍ ସି ଏମ କମ୍ପାନୀ ନିଜସ୍ୱ (ସି ଏସ ଆର୍) ଫଣ୍ଡ କୁ ଜନ ହିତ କାର୍ଯ୍ୟରେ ଲଗାଇ ଆସୁଚି । ଆର୍ ସି ଏମ କମ୍ପାନୀ  ଓଡ଼ିଶାର ୯୪ରୁ ଉର୍ଦ୍ଧ ଗାଁରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା ପାଇଁ ଶିକ୍ଷୟତ୍ରୀ ନିଯୁକ୍ତି କରି ଶିକ୍ଷା ପ୍ରଦାନ କରି ଆସୁଛି । କାହିଁକି ନା ଛାତ୍ର ଛାତ୍ରୀମାନେ ସରକାରୀ ହେଉ କିମ୍ବା ବେସରକାରୀ ସ୍କୁଲରୁ ପାଠ ପଢି ଆସୁଛନ୍ତି ହେଲେ ଗ୍ରାମାଞ୍ଚଳରେ ବସବାସ କରି ଆସୁଥିବା ପରିବାର ନିଜ ପିଲାମାନଙ୍କୁ ଟଙ୍କା ଦେଇ ଟିଉସନ ପଠା ପଢ଼ାଇ ପାରୁନାହାନ୍ତି । ସେଥିପାଇଁ ସମସ୍ତଙ୍କୁ ସମାନ ଶିକ୍ଷା କିଭୋଳି ଭାବରେ ମିଳିବ ଓ ସମସ୍ତଙ୍କ  ସମାନତା ରହିବ ତାହା ପ୍ରୟାସ ଜାରି ରଖିଛି ଆର୍ ସି ଏମ କମ୍ପାନୀ । ଆଜିର ଏହି ଆର୍ ସି ଏମ ପକ୍ଷରୁ ସମ୍ପୂର୍ଣ୍ଣ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ୬୦୦ରୁ ଉର୍ଦ୍ଧ୍ୱ ଅଭିଭାବକ ମାନେ ଉପସ୍ଥିତ ରହି ଥିବା ବେଳେ ଆର୍ ସି ଏମ କମ୍ପାନୀ ପକ୍ଷରୁ ସମାଜ ସେବୀ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁରେନ୍ଦ୍ର ନାଏକ ।