ଦାରିଙ୍ଗବାଡି(ଆଶୋକ ସିଂ ): ୭୮ ତମ ସ୍ଵାଧୀନତା ଦିବସ ପାଳନ ଅବସର ରେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବ୍ରାହ୍ମଣୀଗାଁ ସ୍ଥିତ ମା’ ଗୃହ ପରିଦର୍ଶନ କରିଥିଲେ l ଆମ ଗାଁ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ପକ୍ଷରୁ ଏହି ମା’ ଗୃହ ପରିଚାଳନା କରାଯାଉ ଥିବା ବେଳେ ତାହା କିପରି ଚାଲିଛି ଏବଂ ସରକାରୀ ଅନୁଦାନ ସଠିକ ଭାବେ ମିଳୁଛି କି ନାହିଁ ବୋଲି ମା’ ଗୃହ ପରିଚାଳକ ତଥା ଆମ ଗାଁ ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିଆର ସିଂ ଙ୍କୁ ପଚାରି ବୁଝି ଥିଲେ ଏବଂ ମା’ ଗୃହରେ ଆଶ୍ରୟ ନେଇଥିବା ମାଆ ମାନଙ୍କର ସୁବିଧା ଅସୁବିଧା ଓ କିପରି ଯତ୍ନ ନିଆଯାଉଛି ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ l ଏହି ମା’ ଗୃହରେ କେବଳ ୬ ଜଣ ଗର୍ଭବତୀ ମହିଳାମାନଙ୍କର ରହିବାର ସୁବିଧା ରହିଛି l ଅନେକ ସମୟରେ ଗର୍ଭବତୀ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ହେଲେ ସେମାନଙ୍କ ରହିବା ଖାଇବା ଆଦି ପରିଚାଳନାରେ ସମସ୍ୟା ଉପୁଜିଛି l ଆଠଗୋଟି ପଞ୍ଚାୟତର ଦୁର୍ଗମ ଅଞ୍ଚଳରୁ ମା ଗୃହ ଭରଷାରେ ଆସୁଥିବା ମହିଳାମାନେ ସମସ୍ୟାରେ ପଡ଼ୁଛନ୍ତି l ଏଣୁ ସେମାନଙ୍କ ପାଇଁ ଏକ ଅତିରିକ୍ତ କୋଠା ସହ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବଳିଆର ସିଂ ବିଧାୟକଙ୍କୁ ଅନୁରୋଧ କରିଥିଲେ l ଉକ୍ତ ଅନୁରୋଧ କ୍ରମେ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କ ସମସ୍ୟାକୁ ହୃଦବୋଧ କରି ନିଜ ପାଣ୍ଠି ରୁ ଏକ ଅତିରିକ୍ତ କୋଠା ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ ବୋଲି ବିଧାୟକ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେବା ପରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୃତଜ୍ଞତା ର ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ଅପର ପକ୍ଷରେ ଗୋଟିଏ ଗର୍ଭବତୀ ମହିଳା ଗର୍ଭ ସଞ୍ଚାରଣ ଦିନ ଠାରୁ ଶିଶୁଟିର ଯତ୍ନ ନେବା ଆରମ୍ଭ କରିଥାଏ, ସୁଷମ ଖାଦ୍ୟ ଓ ସଠିକ୍ ଚିକିତ୍ସା ନ ପାଇଲେ ଉତ୍ତମ, ସୁସ୍ଥ ସବଳ ଶିଶୁ ଜନ୍ମ ଗ୍ରହଣ କରିପାରେ ନାହିଁ l ଯାହା କି ଆମ ସମାଜରେ ପୁଣି ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି l ଏଣୁ ଗର୍ଭ ସଞ୍ଚାରଣ ଦିନ ଠାରୁ ଆରମ୍ଭ କରି ଶିଶୁର ଜନ୍ମ ଏଵଂ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯେପରି ଶିଶୁ ଓ ମା’ ମାନଙ୍କ ଉତ୍ତମ ଯତ୍ନ ନେବା ଦିଗରେ ସରକାରୀ ବ୍ୟବସ୍ଥାରେ ପର୍ବର୍ତ୍ତନ ଆଣି ପାରିବେ ସେ ନେଇ ସେ ସରକାରଙ୍କ ନିକଟରେ ସ୍ଵତନ୍ତ୍ର ପ୍ରସ୍ତାବ ରଖିବେ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ।