ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ରାମ ନଗର ହାଇ-ଟେକ ଆପାର୍ଟମେଣ୍ଟରେ 78 ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରରେ ପାଳିତ ହୋଇଛି l ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇ.ରୁପେଶ ପାଣିଗ୍ରାହୀ ସେନ୍ଟ.ଜୋଶେପ ସ୍କୁଲ ଓ ହାଇଟେକ ଆପାରମେଣ୍ଟରେ ପତାକା ଉତଳନ କରିବା ସହ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରେ ନିଜ ଭବିଶ୍ୟତ ଉଜ୍ଜଳ କରି ନିଜ ଜିଲ୍ଲାର ନାମ ରଖିବାକୁ ପରାମର୍ଶ ଦେଲେ ଏବଂ ଜିଲ୍ଲାର ମୌଳିକ ସମସ୍ୟାର ସମାଧାନ କରିବା ସହ ଜିଲ୍ଲାକୁ ଏକ ଉନ୍ନତି ମୂଳକ ଦିଗରେ ଆଗକୁ ନେବା ପାଇଁ ନିଜ ଭାଷଣରେ ପ୍ରୟାସ କରିଥିଲେ l ମୁଖ୍ୟତ ଚାଷୀମାନଙ୍କ ସମସ୍ୟା, ରାସ୍ତାର ସମସ୍ୟାକୁ ଭାଷଣରେ ଗୁରୁତ୍ୱ ଦେଇଥିଲେ ବିଧାୟକ l ଏହି ଅବସରରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବାରା ତିରୁପତି ରାଓ , ଜିଲ୍ଲା ବିଜେଡ଼ି ପୂର୍ବତ୍ତନ ସଭାପତି ପ୍ରଦୀପ ନାୟକ, ଗସାଣି ଜିଲାପରିଷ ବଳରାଜୁ, ଗସାଣି ବ୍ଲକ ଅଧ୍ୟକ୍ଷ ବୀର ରାଜୁ, ଦାନା ଆପ୍ପାରାଓ, ବିଜୁ ଯୁବ ଛାତ୍ର, ଉମ୍ମା, ହାଇଟେକ କର୍ମକର୍ତ୍ତା ଦିପୁ ପଟନାୟକଙ୍କ ସହ ଜିଲ୍ଲାର ବିଜୁ ପ୍ରେମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ l