କୋକସରାରେ ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳିତ..

କୋକସରା(ତ୍ରିଲୋକ୍ୟ ବେଶ୍ରା): ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ ଏହି ଦେଶପ୍ରେମୀ ଦିବସକୁ ଆନନ୍ଦ ଓ ଉଲ୍ଲାସର ସହ ଦେଶବାସୀ ପାଳନ କରିଛନ୍ତି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ବଜାର ପଡିଆ ମହାଆଡ଼ମ୍ବରରର ପାଳନ କରାଯାଇଛି । କୋକସରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରୁ ପତାକା ଉତ୍ତୋଳନ କରି ପେରେଡ଼ରେ ସହର ପରିକ୍ରମା କରି ବ୍ଲକ ସ୍ତରୀୟ ବଜାର ପଡିଆରେ ପହଞ୍ଚି ଥିଲେ । ୭୮ ତମ ସ୍ଵାଧୀନତା ଦିବସର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣରେ ବ୍ଲକର ସାମୁହିକ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପରେ ବ୍ଲକର କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି, ଆଦର୍ଶ ବିଦ୍ୟାଳୟ,ସରସ୍ୱତୀ ଶିଶୁ ମନ୍ଦିର, ଏଲ.ନିଶି ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀମାନେ ଚିତାକର୍ଷକ ପ୍ୟାରେଡ଼ ପ୍ରଦର୍ଶିତ କରିଥିଲେ । ଏହାପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ଲକର ଜଣେ ଯୁବ ଚାଷି ସୁଧାଂଶୁ ଶେଖର ଦାସଙ୍କୁ ଉନ୍ନତ ଚାଷ କ୍ଷେତ୍ରରେ ସଫଳ ଚାଷି ଭାବେ ବ୍ଲକ ପ୍ରଶାସନ ପକ୍ଷରୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ୟାରେଡ଼ରେ ଡିଗ୍ରୀ ମହାବିଦ୍ୟାଳୟ ଏନସିସି ୟୁନିଟ ପ୍ରଥମ, ଜବାହାର ଉଚ୍ଚ ବିଦ୍ୟାଳୟ ଏନସିସି ୟୁନିଟ ଦ୍ଵିତୀୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଥମ ଓ ସରସ୍ୱତୀ ଶିଶୁ ମନ୍ଦିର ଦ୍ଵିତୀୟ ହୋଇଥିଲେ । ୭୮ ତମ ସ୍ୱାଧୀନତା ଦିବସକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ।ଦୀପକ କୁମାର ବେହେରା ଓ ଶିଶୁ ମନ୍ଦିର ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।