ଡିଜିଟାଲ ଫସଲ ସର୍ବେକ୍ଷଣ, ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ….

କୋକସରା(ତ୍ରିଲୋକ୍ୟ ବେଶ୍ରା): ଓଡିଶା ରାଜ୍ୟର ଚାଷିଙ୍କୁ ଚାଷ ପାଇଁ ସରକାରୀ ସ୍ତରରେ ସଠିକ ଭାବେ ଫସଲ ସର୍ବେକ୍ଷଣ ଡିଜିଟାଲ ଆପ ମାଧ୍ୟମରେ ଓଡିଶା କୃଷକ ପୋର୍ଟାଲ ମଧ୍ୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଓଡିଶା କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଡିଜିଟାଲ ସର୍ବେ ଚଳିତ ମାସ ୧୫ରୁ ସେପ୍ଟେମ୍ବର ମାସ ୧୫ ପର୍ଯ୍ୟନ୍ତ ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ଜମି ଗୁଡିକରେ ହେଉଥିବା ଫସଲର ତଥ୍ୟକୁ ଅପଲୋଡ଼ କରିବା ପାଇଁ ବୁଧବାର କୋକସରା ବ୍ଲକ କୃଷି ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ କର୍ମଶାଳା ବ୍ଲକ ସଭାଗୃହରେ ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଛି l ଏହି ପ୍ରଶିକ୍ଷଣ କର୍ମଶାଳାରେ କୋକସରା ଡିଜିଟାଲ ଫସଲ ସର୍ଭେର ଅଧ୍ୟକ୍ଷ ତହସିଲଦାର ନବୀନ କିଶୋର ପାଢ଼ୀ, ସମ୍ମାନିତ ଅତିଥୀ ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, ପଶୁ ଚିକିତ୍ସା ଅଧିକାରୀ ସୁଜିତ କୁମାର ଶତପଥୀ, ଅତିରିକ୍ତ ମତ୍ସ ଅଧିକାରୀ ମାନବେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆରମ୍ଭ ହେବାକୁ ଥିବା ଡିଜିଟାଲ ଫସଲ ସର୍ବେକ୍ଷଣ ଉପରେ ରହିଥିବା କୃଷି ବିଭାଗ ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ l ଏହି ଶିବିରରେ ଉପସ୍ଥିତ ଥିବା ୨୨ ପଞ୍ଚାୟତର ପଞ୍ଚାୟତ ସିମିତିର ଜନ ପ୍ରତିନିଧି, ସମବାୟ ସମିତିର ସମ୍ପାଦକ, କୃଷକ ସାଥିଙ୍କ ସହ ଡିଜିଟାଲ ସର୍ଭେ ଉପରେ ଆଲୋଚନା କରିଥିଲେ । ଏହି ଡିଜିଟାଲ ଫସଲ ସର୍ବେକ୍ଷଣକୁ କୃଷି ବିଭାଗର କ୍ଷେତ୍ର ପରିଦର୍ଶକ ମାନେ ଚାଷିଙ୍କ ସମସ୍ତ ତଥ୍ୟ ସଂଗ୍ରହ କରି ବିଭାଗ ର ଡିଜିଟାଲ ଆପରେ ଅପଲୋଡ଼ କରିବେ । କର୍ମଶାଳା ପରିଶେଷରେ ବ୍ଲକ ଗୋଷ୍ଠି କୃଷି ଅଧିକାରୀ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।