ଅନୁସନ୍ଧାନ ଭାରତ(ବ୍ୟୁର):କୋରାପୁଟ ଜ଼ିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜ଼ିଲ୍ଲାପାଳଙ୍କ ସହିତ ଆଲୋଚନା କଲେ କଂଗ୍ରେସ ବିଧାୟକ ଦଳର ନେତା ତଥା ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ l କୋରାପୁଟ ଜ଼ିଲ୍ଲାରେ 14 ଗୋଟି ବ୍ଲକରେ ବିଭିନ୍ନ ସମସ୍ୟା ଲାଗି ରହିଛି l ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଅନେକ ସମସ୍ୟା ଲାଗି ରହିଛି l ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି l କିନ୍ତୁ ଲୋକମାନଙ୍କ ଜୀବନ ଜୀବିକାରେ ସୁଧାର ଆସୁନାହିଁ l ବର୍ଷା ଦିନରେ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି l ଆଜି ବି କୋରାପୁଟ ଜ଼ିଲ୍ଲାର ଅନେକ ଗ୍ରାମକୁ ରାସ୍ତା ସଂଯୋଗ କରାଯାଇ ପରିନାହିଁ l ବର୍ଷା ଦିନରେ ରୋଗୀ ମାନେ ଭାରରେ ବୁହା ହେଉଛନ୍ତି l ଖାଲି କାଗଜ କଲମରେ ଉନ୍ନତି ମୂଳକ କାର୍ଯ୍ୟ ସୀମିତ ରହିଛି l 24 ବର୍ଷ ଶାସନରେ ପ୍ରଶାସନ ଅଧିକାରୀମାନେ ଅଭ୍ୟାସରେ ପଡି ଯାଇଛନ୍ତି l ସେ ଅଭ୍ୟାସକୁ ଛଡାଇବା ପାଇଁ ପଡିବ ବୋଲି ବିଧାୟକ କହିଛନ୍ତି l ଆଉ ଆଗ ଭଳି ଦୁର୍ନୀତି ହେବ ନାହିଁ l ଜ଼ିଲ୍ଲାର ଯେଉଁ ବିଭାଗରେ ଦୁର୍ନୀତିର ଅଭିଯୋଗ ଆସିବ ସେ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ କହିଛନ୍ତି l ଆସନ୍ତା 5 ବର୍ଷ ଭିତରେ ପ୍ରତି ଗ୍ରାମକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସମାଧାନ କରିବା ପାଇଁ ବିଧାୟକ ଚେଷ୍ଟା କରିବେ ବୋଲି କହିଛନ୍ତି l ଜ଼ିଲ୍ଲାରେ ଲାଗି ରହିଥିବା ସମସ୍ୟା ବିଷୟରେ କୋରାପୁଟ ଜ଼ିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହିତ ଆଲୋଚନା କରିଛନ୍ତି l ଜ଼ିଲ୍ଲାରେ ଲାଗି ରହିଥିବା ସମସ୍ୟା ଗୁଡିକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଜ଼ିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି l କୋରାପୁଟ ଜ଼ିଲ୍ଲାର ଜଙ୍ଗଲ, ଜମି, ପାଣିର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ l ତା ସହିତ ଆଦିବାସୀ ସମ୍ପ୍ରଦାୟଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ କରାଯିବ ବୋଲି ବିଧାୟକ ରାମ ଚନ୍ଦ୍ର କାଡାମ କହିଛନ୍ତି l