ଘୁ.ଉଦୟଗିରିରେ ବିଶ୍ୱ ଆଦିବାସୀ ଦିବସ ମହାଆଡମ୍ବର ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ହେଉଛି ବିଶ୍ୱ ଆଦିବାସୀ ଦିବସ I ଆଦି ବାସୀ ହେଉଛନ୍ତି ପ୍ରକୃତି ର ପୂଜକ I ଜଳ,ଜମି,ଜଙ୍ଗଲ ହେଉଛି ଆଦିବାସୀ ଲୋକ ଙ୍କ ମୁଳ ସମ୍ପତି I ଆଦିବାସୀ ହେଉଛନ୍ତି ମୂଳ ନିବାସୀ I ଏହି ଶୁଭ ଅବସରରେ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ଘୁ.ଉଦୟଗିରି ସଭାପତି ଆମନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆଦିବାସୀ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି I ଘୁ.ଉଦୟଗିରି ଏବଂ ରାଇକିଆ କୁଇ ସମ୍ପ୍ରଦାୟର ବହୁ ସଂଖ୍ୟକ ମହିଳା, ପୁରୁଷ, ଯୁବକ, ଯୁବତୀ ଯୋଗଦେଇ ପାରମ୍ପରିକ ବେଶ ଭୁଷା ପରିଧାନ କରି ଘୁ.ଉଦୟଗିରି ସହର ପରିକ୍ରମା କରିବା ସହ କ୍ଲବ ସାହି ସ୍ଥିତ ଉତ୍କଳ କୁଇ ସମାଜ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ସମାଜ ସମ୍ପର୍କୀୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟ କ୍ରମରେ ରୋଦନ ମଲ୍ଲିକ, ରାଜ ପ୍ରଧାନ, ବସନ୍ତ ପ୍ରଧାନ, ଭୀମସେନ ପ୍ରଧାନ, ବିଜେନ୍ଦ୍ର ପ୍ରଧାନ, ଭାସ୍କର ପ୍ରଧାନ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମଞ୍ଚ ପରିଚାଳନା କରି ଥିଲେ ଉମେଶ ଚନ୍ଦ୍ର ପ୍ରଧାନ  I ବିଶ୍ୱ ଆଦିବାସୀ ଦିବସ ଅବସରରେ ଉତ୍ସବ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ମହେଶ ଚନ୍ଦ୍ର ପ୍ରଧାନ, ସୁମନ ପ୍ରଧାନ, ଦୀପକ କୁମାର ପ୍ରଧାନ ଏବଂ ସାର୍ଜିନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ  I