ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ଥାନା ଅଧୀନ ତୁଳସୀପଲ୍ଲୀ ଗ୍ରାମରେ ଗୁରୁବାର ଅପରାହ୍ନ ସମୟରେ ବଜ୍ରପାତ ଘଟି ଗୋଟିଏ ପରିବାରର ୨ ଜଣ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତମାନେ ହେଲେ ବାଳକୃଷ୍ଣ ନାଇକ(୫୨) ଏବଂ ତାଙ୍କ ବୋହୂ ବାସନ୍ତୀ ନାଇକ । ଗୁରୁବାର ଅପରାହ୍ନ ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ହଠାତ ବଜ୍ରପାତ ଘଟିଥିଲା । ଏହି ସମୟରେ ବାଳକୃଷ୍ଣ ଘର ଭିତରେ ରହିଥିବା ବେଳେ ତାଙ୍କ ବୋହୁ ଘର ଭିତର ଏକ ଭାଡିରୁ ଛତା ବାହାର କରୁଥିଲେ । ଘର ଉପରକୁ ବଜ୍ରାଘାତ ହୋଇଥିବା ଯୋଗୁ ବାସନ୍ତୀ ଛିଟିକି ତଳେ ପଡିଯାଇଥିବା ବେଳେ ବାଳକୃଷ୍ଣ ମଧ୍ୟ କିଛି ଦୂରକୁ ଛିଟିକି ପଡିଥିଲେ । ବାଳକୃଷ୍ଣଙ୍କ ସାନପୁଅ ଜଗା ଓ ତାଙ୍କ ନାତୁଣୀ କିଛି ଦୂରରେ ରହିଥିବା ବେଳେ ସେମାନେ ଏଥିରୁ ରକ୍ଷା ପାଇଥିଲେ । ଏହି ଘଟଣାରେ ଘରର ଛାତ ଫାଟିବା ସହ ଘର ସାମ୍ନାରେ ରହିଥିବା ଚାଳ ଘର ମଧ୍ୟ ନିଆଁ ଲାଗି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବାସନ୍ତୀଙ୍କ ସ୍ବାମୀ ମଙ୍ଗୁଳୁ ପ୍ରକାଶ କରିଛନ୍ତି । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିବା ବେଳେ ଆହତ ବାଳକୃଷ୍ଣ ଓ ବାସନ୍ତିଙ୍କୁ ଆମ୍ବୁଲାନ୍ସ୍ ସହାୟତାରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି ।