ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): କଳାହାଣ୍ଡିଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗ ଗ୍ରାମରେ ଆଜି ସକାଳ ସମୟରେ ଜଣେ ମହିଳା ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କ୍ଷେତକୁ ଯିବା ସମୟରେ ଏକ ଶିବଲିଙ୍ଗ ଦୃଶ୍ୟମାନ ହୋଥିବାର ଲକ୍ଷ୍ୟ କରିଥିଲେ l ପରେ ଭୟଭୀତ ହୋଇ ଗାଁକୁ ଫେରିଆସି ଲୋକମାନଙ୍କୁ ଜଣାଇବା ପରେ ଲୋକେ ଉକ୍ତ ସ୍ଥାନରେ ଭିଡ଼ ହୋଇଥିବାର ଦେଖା ଯାଇଥିଲା l ଖବର ଶୁଣି ଉଦେଶୃଙ୍ଗ ଗ୍ରାମ ନିକଟସ୍ଥ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଅପରପକ୍ଷରେ ବର୍ତମାନ ଶ୍ରାବଣ ମାସ ଚାଲୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଖୁସିର ଲହରୀ ଖେଳି ଯାଇଛି, ପୂର୍ବରୁ ଗ୍ରାମର ଅନେକ ଭକ୍ତ ବୃନ୍ଦ ଶିବ ମନ୍ଦିର ନିର୍ମାଣ ପାଇଁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା l କିନ୍ତୁ ଏହା ଭଗବାନଙ୍କ ଲୀଳା ଯେ ସେ ନିଜେ ଅଭିର୍ଭାବ ହୋଇଛନ୍ତି ବୋଲି ବୁଦ୍ଧି ଜୀବି ମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ l ଉକ୍ତ ସ୍ଥାନରେ ମହାଦେବଙ୍କ ମନ୍ଦିର ନିର୍ମାଣ ପାଇଁ ସାଧାରଣରେ ଚର୍ଚ୍ଚା ହେଉଅଛି l