ନୂଆପଡାର ନୂତନ ଜିଲ୍ଲାପାଳ ହେଲେ ମଧୁସୂଦନ

 

csp

ନୂଆପଡା: (ବିରବଲ ପ୍ରଧାନ)  ଓଡିଶା ରେ ଭାରତୀୟ ଜନତା ପାର୍ଟି ର ନେତୃତ୍ବରେ ମୋହନ ସରକାର ଆସିବା ପରେ ଆଇଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ବେଳେ ନୂଆପଡା ଜିଲ୍ଲାପାଳ ହେମାକାନ୍ତ ସାୟଙ୍କୁ ମୟୁରଭଞ୍ଜ ର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ନୂଆପଡା ଜିଲ୍ଲା ନୂତନ ଜିଲ୍ଲାପାଳ ଭାବରେ ମଧୁସୂଦନ ଦାସ(ଓଏଏସ )(ଏସଏସ )ଙ୍କୁ ନିଯୁକ୍ତି ଦିଆ ଯାଇଛି । ନୂତନ ଜିଲ୍ଲାପାଳ ମଧୁସୁଦନ ଦାସ ଏହା ପୂର୍ବରୁ ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ର ସ୍ବତନ୍ତ୍ର ସଚିବ ଭାବ ରେ କାର୍ଯ୍ୟରତ ଥିଲେ।