ଦୀର୍ଘ ବର୍ଷ ପରେ ନ୍ୟାୟ ପାଇବା ଯୋଗୁଁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥ ଘାସି ସାହି ଠାରେ ଆଜି ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଗଣେଶ ପନାଡଙ୍କ ନେତୃତ୍ଵରେ ସ୍ଥାନୀୟ ବାସିନ୍ଦାମାନେ ଏକ ଶୋକାକୁଳ ପରିବେଶରେ ସ୍ୱର୍ଗୀୟ ଶିବା ନାଗବଂଶଙ୍କ ତୈଳ ଚିତ୍ର ଠାରେ କ୍ୟାଣ୍ଡଲ ଲଗାଇ ସ୍ମୃତି ଚାରଣ କରିଥିଲେ । ଶିବା ନାଗବଂଶ ୨୦୦୯ ମସିହା ମାର୍ଚ୍ଚ ମାସ 17 ତାରିଖରେ ହତ୍ୟାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲା । ଦିର୍ଘ ୧୫ ବର୍ଷ ପରେ ତାକୁ ନ୍ୟାୟ ମିଳିଥିବା ଯୋଗୁଁ ଆଜି ତାଙ୍କର ଆତ୍ମାର ସଦଗତି ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି ।