ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ ସୋସାଇଟି ପକ୍ଷରୁ ନିଯୁକ୍ତି ଭିତ୍ତିକ ଚୁକ୍ତି ସ୍ୱାକ୍ଷର….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଓ ଆଦିତ୍ୟ ଏଜୁକେଶନାଲ  ସୋସାଇଟି ପକ୍ଷରୁ ଗଜପତି ଜିଲ୍ଲାର ୯୦ ଜଣ ଯୁବକ ଯୁବତୀମାନଙ୍କୁ ଆସୋସେଟ ଷ୍ଟୋର ଫାର୍ମାସୀ ବିଷୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି । ଏଥିରେ ଜିଲ୍ଲାର ପ୍ରାୟ ୯୦ ଜଣ ଯୁକ୍ତ ଦୁଇ ବିଜ୍ଞାନ ପାସ କିମ୍ବା ଫେଲ୍ ହୋଇଥିବା ଯୁବକ ଯୁବତୀଙ୍କୁ ମାଗଣା ଆବାସିକ ତାଲିମ୍ ଓ ଚାକିରୀ ଯୋଗାଇଦିଆଯିବ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ ଓ  ଶ୍ରୀ ନାଗେଶ୍ଵର ରାଓ,କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଆଦିତ୍ୟ ଏଜୁକେଶନାଲ ସୋସାଇଟି ଶ୍ରୀକାକୁଲମ ଚୁକ୍ତି ସ୍ବାକ୍ଷରିତ କରିଥିଲେ । ଏହି ନିଯୁକ୍ତି ଭିତ୍ତିକ ଏକ ସ୍ଵଳ୍ପ ମିଆଦୀ ତାଲିମ୍ ଜେମ୍ସ ହସ୍ପିଟାଲ୍ କ୍ୟାମ୍ପସ ଶ୍ରୀକାକୁଲମ ଠାରେ ଅନୁଷ୍ଠିତ ହେବ । ଜିଲ୍ଲାର ଇଛୁକ ଯୁବକ ଯୁବତୀମାନେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟଳୟର ମୋବାଇଲ ନମ୍ବର – ୯୮୨୭୯୪୬୮୮୪  ଯୋଗାଯୋଗ କରିପାରିବେ । ଏହି ଅବସରରେ ଶ୍ରୀ ଶିବାଶିଷ ସାହୁ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ  ଉପସ୍ଥିତ ଥିଲେ ।