ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହର ସାଂକୃତିକ ଦିବସ ପାଳିତ….

ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହର ସଂ|ସ୍କୃତିକ ଦିବସ ଗୁରୁବାର ପାଳିତ ହୋଇଯାଇଛି l ଏଥିରେ ବ୍ଲକର ୬୬ ପ୍ରାଥମିକ ବିଦ୍ୟାଳୟ, ୩୦ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୯ଟି ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଶପଥ ସପ୍ତାହ ପାଳନ ହୋଇଆସୁଅଛି l ଏହି ଶିକ୍ଷା ଶପଥ ସପ୍ତାହର ୪ର୍ଥ ଦିନକୁ ସାଂସ୍କୃତିକ ଦିବସ ଭାବେ ପାଳନ କରାଯାଇଛି l ଏଥିରେ ଦେଶର ସାଂସ୍କୃତିକ ବିବିଧତାକୁ ଗୁରୁତ୍ଵ ଦିଆଯାଇଛି l ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଏକ ବୈଶିଷ୍ଟ l ଏହି ଅବସରରେ ବିଦ୍ୟାଳୟମାନଙ୍କରେ ଆଞ୍ଚଳିକ ଓ ଓଡିଆ ଭାଷାରେ ନୃତ୍ୟ, ସଙ୍ଗୀତ, ନାଟିକା ଆଦି ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା l ଏଥିରେ ଡାବୁଗାଁ ଏକ୍ସ – ବୋର୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବନଲତା ମହାନ୍ତି, ଶିକ୍ଷୟତ୍ରୀ ଗିରିଶବାଳା ଜେନା, ଅନିତା ବେହେରା, ପୁଷ୍ପାଞ୍ଜଳି ମଣି, ଚିନ୍ମୟ ପଟ୍ଟନାୟକ, ଶସ୍ମିତା ଗୁଇଁ ଓ ଶିକ୍ଷକ ଦିବାକର ବାରିକ ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ ସାହୁ ଓ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ବିଭିନ୍ନ ବିଦ୍ୟାଳୟକୁ ଯାଇ ତଦାରଖ କରିଥିଲେ l