ନବରଙ୍ଗପୁର(ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ ସଭା ଗୃହରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ବିଭାଗିୟ ଅଧିକାରୀମାନଙ୍କୁ ନେଇ ବ୍ଲକରେ ଚାଲୁଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ଏହି ସମୟରେ ମନରେଗାରେ ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡାବୁଗାଁ ଲ୍ଯାମ୍ପ୍ ଦ୍ଵାରା ଚାଷୀମାନଙ୍କୁ ସାର ଯୋଗାଇବାରେ ବିଫଳ ହେବା ଘଟଣା ପାଇଁ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ସାଂସଦ । ସ୍ଥାନୀୟ ଏମ୍ ଡିଙ୍କ ପାଖରୁ ଆଶାନୁରୂପ ଉତ୍ତର ନପାଇ ସେ ବିଭାଗିୟ ଅଧିକାରୀମାନଙ୍କୁ ଏହା ଉପରେ ଶିଘ୍ର ପଦକ୍ଷେପ ନେବା ପାଇଁ କହିଛନ୍ତି । ଏଭଳି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଡାବୁଗାଁର ବିକାଶ ପାଇଁ ରିଭ୍ୟୁ ବୈଠକରେ ଆଲୋଚନା କରିଛନ୍ତି । ଏହି ଅବସରରେ ପିଡି ବିରଞ୍ଚିନାରାୟଣ ଦରଓ୍ବାନ୍, ଡାବୁଗାଁ ବିଡ଼ିଓ ଶରତ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଜେପି ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବରିଷ୍ଠ ନେତା ସୋମନାଥ ପୂଜାରୀ ଓ ଲିଙ୍ଗରାଜ ଭତ୍ରା ଏବଂ ଅନ୍ୟମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।