ଘୁ.ଉଦୟଗିରି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ନବନିର୍ବାଚ୍ଚିତ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗଆ ସ୍ଥିତ ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ଘୁ. ଉଦୟଗିରି ଜୋନ କଂଗ୍ରେସ ସଭାପତି ମାନଭଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ନବନିର୍ବାଚିତ ଘୁ.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l
ଏହି ସମ୍ବର୍ଦ୍ଧନା ସଭାରେ ଜୋନ କଂଗ୍ରେସ ସଭାପତି ମାନଭଞ୍ଜନ ପ୍ରଧାନ ଓ ଜିଲ୍ଲା ଯୁବକଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ମଞ୍ଚସୀନ ଥିବା ବେଳେ ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ l ବିଧାୟକଙ୍କୁ କଂଗ୍ରେସ କର୍ମୀମାନେ ବଙ୍ଗଳା ଠାରୁ ସଭା ସ୍ଥଳକୁ ବାଣ ଫୁଟାଇ ପାଛୋଟି ଆଣି ଥିଲେ l କଂଗ୍ରେସ କର୍ମୀ ସଭାସ୍ଥଳରେ ବିଧାୟକଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରି ସମ୍ବର୍ଦ୍ଧିତ କରି ଥିଲେ l ଆମେ ସ୍ୱାଧୀନ ଭାରତର ନାଗରିକ l କିନ୍ତୁ ଆଜି ଆମେ ସ୍ୱାଧୀନତା ଭାରତରେ ପରାଧୀନ ଭାବେ ବଞ୍ଚୁଛୁ l ତେଣୁ କଂଗ୍ରେସ ଦଳର କର୍ମୀଙ୍କୁ ଦେଶର ସୁରକ୍ଷା ନିମନ୍ତେ ଏକଜୁଟ ହେବାକୁ ପଡ଼ିବ ବୋଲି ନବନିର୍ବାଚିତ ଘୁ.ଉଦୟଗିରି ବିଧାୟକ ଉଦବୋଧନ ଦେବା ସହ ଦଳକୁ ଶୁଦ୍ଧୃଡ଼ କରିବା ପାଇଁ ଗୁରୁମନ୍ତ୍ର ଦେଇ ଥିଲେ l ଏହା ସହ କଂଗ୍ରେସ ଘୁ.ଉଦୟଗିରି ବ୍ଲକରେ କଂଗ୍ରେସ ଆହୁରି ସଂଗଠିତ ଓ ଶୁଦ୍ଧୃଡ଼ ହେଉଛି ବୋଲି ମଧ୍ୟ ବକ୍ତବ୍ୟ ରଖି ଥିଲେ l କଂଗ୍ରେସ ଦଳ ଗଣତାନ୍ତ୍ରିକ ଓ ସାଧାରଣ ଜନତାଙ୍କ ଦଳ l କଂଗ୍ରେସ ଦଳ ହିଁ ଦେଶର ଅଖଣ୍ଡତା ରକ୍ଷା ଓ ଦେଶକୁ ସୁରକ୍ଷା ଦେଇ ପାରିବାର l କଂଗ୍ରେସ ଦଳ ସମ୍ବିଧାନ ଓ ଧର୍ମନିରପେକ୍ଷତାକୁ ଗୁରୁତ୍ୱ ଦେବା ସହ ବିଶ୍ୱାସ ମଧ୍ୟ କରି ଥାଏ ବୋଲି ବିରିଷ୍ଠ କଂଗ୍ରେସ କର୍ମୀ ବାକିରାମ ନାୟକ, ଥୋମାସ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ଗୋପାଳ ପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ଥିଲେ l ଏହା ସହ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ କର୍ମୀ ଦେବହରି ପ୍ରଧାନ, ଅନ୍ଧାର ପ୍ରଧାନ, ବିଶ୍ୱନାଥ ନାୟକ, ଟାର୍ଜନ ସାହୁ, ସୁରଜ ନାୟକ, ଶୁଭ୍ରମନ୍ୟୁ ନାୟକ, ମଧୁଲିନା ଦିଗାଲ, ମୁନୁ ପ୍ରଧାନ, ମହାନନ୍ଦ ପ୍ରଧାନ, ଯଶବନ୍ତ ପ୍ରଧାନ, ଅଜିତ ନାୟକ, ଦିଲୀପ ନାୟକ, ଏମଡି ଫାତିଲ, ଏମଡି ମାଜିଦ, ସଞ୍ଜୟ ଦିଗାଲ(ବିଟୁ), ଆମୋଶ ପ୍ରଧାନ, ମନୋଜ ପ୍ରଧାନ, ଦିଲୀପ ନାୟକ(ଦିଲୁ)ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ପ୍ରେମୀ ଯୋଗ ଦେଇ ଥିଲେ l ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମକୁ ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଯୁବନେତା ତଥା ଘୁ. ଉଦୟଗିରି ବ୍ଲକ ଯୁବକଂଗ୍ରେସ ସଭାପତି ସଶାନନ୍ଦ ପ୍ରଧାନ(ବିବୁନା) ଖାଦ୍ୟପେୟ ସହ ଅନ୍ୟାନ୍ୟ ବ୍ୟବସ୍ଥାର ଦାୟିତ୍ୱ ନେଇ ଥିଲେ ଓ ସୁଚାରୁ ରୂପେ ଦାୟିତ୍ୱ ମଧ୍ୟ ତୁଳାଇ ଥିଲେ l