ନବ ନିର୍ବାଚିତ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଦାରିଙ୍ଗବାଡିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଯୁବ କଂଗ୍ରେସ ପକ୍ଷରୁ ନବ ନିର୍ବାଚିତ ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ  ଥିଲା । ପ୍ରଥମେ ବିଧାୟକ ଶ୍ରୀ  ପ୍ରଧାନଙ୍କୁ ପୁର୍ତ୍ତ ବିଭାଗ ବଙ୍ଗଳା ଠାରୁ ସ୍ଵାଗତ କରି ଏକ ବିରାଟ ଶୋଭଯାତ୍ରାରେ ଦାରିଙ୍ଗବାଡ଼ି ବଜାର ପରିକ୍ରମା କରିବା ପରେ  ଆଇଟିଆଇ ପଡ଼ିଆ ସଭାସ୍ଥଳରେ ପହଞ୍ଚାଇ ଥିଲେ । ଏଥିରେ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର କଂଗ୍ରେସ ପ୍ରେମୀ  ସହିତ କଂଗ୍ରେସ କର୍ମୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ସମ୍ବର୍ଦ୍ଧନା  ସଭାରେ ମୂଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ସହିତ ସମ୍ମାନୀତ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଶ୍ୟାମଘନ ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଭାପତି ଚନ୍ଦନ ପାଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝୀ, ଜିଲ୍ଲା ସଭାନେତ୍ରୀ ରୁଦା ମଲିକ ,ବ୍ଳକ କଂଗ୍ରେସ ସଭାପତି ସନ୍ତୋଷ ପ୍ରଧାନ,ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ , ଓବିସି ସେଲ ସଭାପତି ସୂରେନ୍ଦ୍ର ସାହୁ ,ନିର୍ବାଚନ ପ୍ରଚାର ଅଧ୍ୟକ୍ଷ ନାଗେଶ୍ଵର ପ୍ରଧାନ, ବ୍ଳକ ମହିଳା ସଭାନେତ୍ରୀ ନମିତା ପରିଡ଼ା, ପୂର୍ବତନ ସମିତି ଅଧ୍ୟକ୍ଷ  ଯୁନୁସ ପ୍ରଧାନ ଓ ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।  ବ୍ଳକ ଯୁବ ସଭାପତି ପିତର ଦିଗାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକର୍ମକୁ ରଞ୍ଜନ କୁମାର ସିଂ ସଂଯୋଜନା କରି ଥିଲେ, ଏବଂ ଆନସ ପ୍ରଧାନ, କରୁଣା ପ୍ରଧାନ, ବିନୋଦ ନାୟକ, ବରୁଣ ନାୟକ ପ୍ରମୁଖ ପରିଚାଳନାରେ ନେତୃତ୍ଵ ନେଇଥିଲେ । ଏହି ଅବସରରେ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ନିଜ ନିଜ ସମସ୍ୟା ନେଇ ବିଧାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ଅଂଚଳ ବାସୀ ।