ପବନଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ର ମଣି କଂହର…

ବାଲିଗୁଡା(ସିଵନ୍ତ ଦିଗାଳ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ପବନଗାଁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନବନିର୍ବାଚିତ ବିଧାୟକ ଚକ୍ର ମଣି କଂହର । ଚଳିତ ବର୍ଷ ନିର୍ବାଚନରେ ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବା ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳିରେ ଚକ୍ର ମଣି କଂହର ବିଜେପି ଓ କଂଗ୍ରେସଜୁ ହରାଇ ନିର୍ବାଚିତ ହୋଇ ଥିଲେ l ସେ ଲୋକଙ୍କ ସୁବିଧା ଅସୁବିଧା ରେ ସଦା ସର୍ବଦା ରହି ଆସିଛନ୍ତି ଓ ରହିଥିବେ ମଧ୍ୟ ଏହା ଲୋକ ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଛି । ତେଣୁ ପୁଣି ଥରେ ବିଧାୟକ ଭାବରେ ନିର୍ବାଚିତ ହେବାର ସୁଯୋଗ ପାଇଛନ୍ତି ବୋଲି ମାତପ୍ରକାଶ ପାଇଛି । ଆଜି ବିଧାୟକ ହଠାତ ପବନଗାଁ ପ୍ରାଥମିକ ବିଦ୍ୟାଳୟକୁ ପହଂଚି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ତାଙ୍କର ସମସ୍ୟା ସମ୍ପର୍କରେ ପଚାରୁ ବୁଝିଥିଲେ l ଏହି ସମୟରେ ଖାଇବା କେମିତି ଲାଗୁଛି ଆଉ ଖାଦ୍ୟରେ କଣ କଣ ପରିବା ପଡିଛି ବୋଲି ପଚାରି ବୁଝି ଥିଲେ ବିଧାୟକ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ପଚାରିଥିଲେ ଯେ ବିଦ୍ୟାଳୟରେ କଣ କଣ ସମସ୍ୟା ରହିଛି l ପ୍ରଧାନ ଶିକ୍ଷକ ମଧ୍ୟ ପ୍ରାଞ୍ଜଳ ଭାବରେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟ ପାଇଁ ଏକ ପାଚେରୀ ଦରକାର ଏବଂ ପୂର୍ବର ନଳକୂପ ଥିଲା କିନ୍ତୁ ଏବେ ବୋରିଂ କରା ଯାଇଛି l ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ନାହିଁ ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ । ସମସ୍ୟାର ଯଥା ସମ୍ଭବ ସମାଧାନ ହେବ ବୋଲି ବିଧାୟକ ଚକ୍ରମଣି କହଁର ପ୍ରତିଶ୍ରୁତି ଦେଇ ଥିବା ବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇ ଛନ୍ତି l