ଭାଲୁ ଆକ୍ରମଣରେ ଯୁବକ ଗୁରୁତର….

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ କୁଡୁତୁଲୀ ଗ୍ରାମ ପଞ୍ଚାୟତର ଡକାରୀ ଗାଁର ଅଖିଳ ପ୍ରଧାନୀ ନାମକ ଯୁବକ ମୋଇଁଷି ଖଜିବାକୁ ଯାଇ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହେଇଛନ୍ତି । ଯୁବକଙ୍କ ଆକ୍ରମଣ ଖବର ପାଇବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଥିଲେ l ଯୁବକଙ୍କୁ ଗୁରୁତର ଅବସ୍ଥା ଗ୍ରାମବାସୀ ତୁରନ୍ତ କ ନୁଆଗାଁ ଗୋଷ୍ଠୀ ସ୍ୟୁସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ପ୍ରାଥମିକ ଚିକିତ୍ସ ପରେ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଯୁବକ ଜଣକ ପୂର୍ବ ଅପେକ୍ଷା ଭଲରେ ଥିବା ସୂଚନା ଦେଇଛନ୍ତି ଡାକ୍ତର । ଏହି ଘଟଣା ପାଇଁ ଗ୍ରାମବାସୀ ବନ ବିଭାଗକୁ ଦାୟୀ କରୁଥିବା ଜଣା ପଡିଛି। କାରଣ କୁଡୁତୁଲୀ ଅଞ୍ଚଳରେ କୌଣସି ବନ ବିଭାଗର କର୍ମଚାରୀମାନେ ଆସୁନଥିବା କହିଛନ୍ତି ଅଞ୍ଚଳ ବାସୀ ।