ଡିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ୩ ଦିନ ବ୍ୟାପି ହେବାକୁ ଥିବା ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ଘାଟିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଉମାକାନ୍ତ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼.ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ,ସଙ୍କୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ, ଦକ୍ଷିଣ ପୂର୍ବ ସଂଭାଗ କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ବିଷୋୟୀ, କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ତ୍ରିନାଥ ଗୌଡ଼ ଯୋଗଦେଇଥିଲେ । ଭଞ୍ଜନଗର ସଙ୍କୁଳର  ୧୧ଟି ଶିଶୁ ମନ୍ଦିରର ୧୨୦ ଜଣ ଗୁରୁଜୀ ଗିରୁମା ପ୍ରଶିକ୍ଷାର୍ଥୀ ରୂପେ ଯୋଗଦେଇଛନ୍ତି । ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା ସଂଯୋଜନା କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ  ପୂର୍ଣ୍ଣ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।