ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକାମାନଙ୍କୁ ନେଇ “ରଜ ଉତ୍ସବ” ଅନୁଷ୍ଠିତ…..

ଭଞ୍ଜନଗର(ନିଲୁ ବିଷୋୟୀ): ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଆଇନା” ତରଫରୁ ଭଂଜନଗର ବ୍ଲକ ଅଧିନସ୍ଥ ବଡକୋଦଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କୁ ନେଇ “ରଜ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ରୂପେ ବଡକୋଦଣ୍ଡା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ହୃଷିକେଶ ପ୍ରଧାନ, ସମ୍ମାନୀତ ଅତିଥି  ସମାଜସେବୀ ଶୁଳପାଣି ଶତପଥୀ, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ତ୍ରିନାଥ ବେହେରା, ସ୍ଥାନୀୟ ସିଆରସିସି ମୋହନ ସାହୁ, ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଲାଲସିଂ କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା, ଆଇସିଡିଏସ୍ ସୁପରଭାଇଜର ମଳୟ ମଞ୍ଜରୀ ମୁନି, ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସାହୁ ଓ ଆଇନା ସ୍ଵେଚ୍ଛାସେବୀ ଅନୁଷ୍ଠାନର ରାଜ୍ୟ ସଂଯୋଜିକା ଗିତିକା ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।।  ପରିବାର ଓ ସମାଜରେ ନାରୀ ମାନଙ୍କ ଭୂମିକା, ନାରୀମାନଙ୍କ ଉପରେ ଭେଦଭାବ, ନାରୀ ଶିକ୍ଷା, ନାରୀ ନିର୍ଯାତନା, ସମାଜ ରେ ରହିଥିବା ଅନ୍ଧ ବିଶ୍ବାସ, କୁସଂସ୍କାର ବିଷୟ ରେ ଆଲୋଚନା କରିଥିଲେ । ଉପସ୍ଥିତ ମହିଳା ମାନଙ୍କର ପିଠା ପ୍ରତିଯୋଗିତା, କିଶୋରୀ ବାଳିକା ମାନଙ୍କର ରଙ୍ଗୋଲି ବା ଝୋଟି ପକା ପ୍ରତିଯୋଗିତା ତଥା ରଜଦୋଳି ର ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗୀତାରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଆଇନା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟୁକୁନା ଖଟେଇ, କରୁଣାକର ବାରିକ, ବିଶ୍ଵନାଥ ଗୈାଡ, ଜଗନ୍ନାଥ ବିଷୋୟୀ ଓ ବନାନୀ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟୋକାଗଣ୍ଡା ଗ୍ରାମର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ କିଶୋରୀ ଓ ମହିଳା ଉପସ୍ଥିତ ରହି ଥିଲେ। ଶେଷରେ ରଞ୍ଜିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।