ବାଲିଗୁଡା (ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ପରମପାଙ୍ଗା ଗ୍ରାମ ପଞ୍ଚାୟତର ବହୁ ଚର୍ଚିତ ଗୁମୁଡୁମାହା ଗ୍ରାମରେ ପାଣି ସମସ୍ୟା ଦେଖା ଦେଉଛି । ଦୀର୍ଘ ବର୍ଷ ମୌଳିଜ ସୁବିଧାରୁ ବଞ୍ଚିତ ହେଉଥିଲେ ଏହି ଗ୍ରାମବାସୀ l କିନ୍ତୁ ଏହି କିଛି ବର୍ଷ ହବ 2016 ମସିହାରେ ଗୁଳିକାଣ୍ଡ ହେଇଥିଲା ଏବଂ ଗ୍ରାମବାସୀଙ୍କୁ ସରକାର ସମସ୍ତ ପ୍ରକାରର ସୁବିଧା ଦେଇଥିଲେ । କିନ୍ତୁ କିଛି ମାସ ହେବ ପାନିୟ ଜଳର ସୁବିଧା ଭଲ ଭାବରେ ପାଇ ପାରୁନ ଥିବା କହିଛନ୍ତି ଅଞ୍ଚଳବାସୀ । ସ୍ଥାନୀୟ ବାସିନ୍ଧାଙ୍କ ଅଭିଯୋଗ କରିଛନ୍ତି ଯେ ଟ୍ରାନ୍ସମିଟର ଖରାପ ହେବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହୁଛି । ଯାହା ପାଇଁ ପାଇଁ ପାନୀୟ ଜଳ ଯୋଗାଣରେ ସମସ୍ୟା ଦେଖା ଦେଉଛି l ଏପରି କି ସୋଲାର ଶିଷ୍ଟମରେ ଯୋଗାଣ ହେଉ ଥିଲେ ମଧ୍ୟ୍ୟ ଠିକ ଭାବରେ ପାଣି ପାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏ ବିଷୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ଥିବା କହିଛନ୍ତି ଗ୍ରାମବାସୀ । ଏହି ସମସ୍ୟାକୁ ନେଇ ଜେଇଙ୍କୁ ମଧ୍ୟ ବାରମ୍ବାର ଲେଖା ମଧ୍ୟ୍ୟମରେ ଜଣେଇଲେ ତଦାରକ କରିବାକୁ ଆସୁ ନାହାନ୍ତି କି କାହାକୁ ମଧ୍ୟ ପଠାଉ ନାହାନ୍ତି ବୋଲି କହିଛନ୍ତି ଗ୍ରାମର ବାସିନ୍ଧା ପ୍ରେମିଳ ମଲ୍ଲିକ । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଗୁମୁଡୁ ମାହା ଗ୍ରାମ ବାସିଙ୍କୁ ଯଥା ସମ୍ଭବ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବୀ କାରିଛନ୍ତି ଅଂଚଳ ବାସୀ l