ଘୁ.ଉଦୟଗିରି କଂଗ୍ରେସରେ କେଁ: ଦକ୍ଷ, ସକ୍ରିୟ ନେତାଙ୍କୁ ଅଣଦେଖା ଏବଂ ନିଷ୍କ୍ରିୟ ଓ ଦକ୍ଷତା ନ ଥିବା ନେତାଙ୍କ ମୁଣ୍ଡରେ ସୁନାର କଳସ, ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସରେ ଥିବା କ୍ରାଇସିସ ମ୍ୟନେଜ କରିପାରିବେକି ଜିଲ୍ଲା ସଭାପତି??

ଅନୁସନ୍ଧାନ ଭାରତ(ବ୍ୟୁର): ଏକଦା କଂଗ୍ରେସ ଗଡ଼ ଭାବେ ପରିଚିତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ କଂଗ୍ରେସରେ ପ୍ରାର୍ଥୀତ୍ୱକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି l ଏହି ବିବାଦ ଏବେ ଉଗ୍ର ରୁପ ଧାରଣ କରିଛି l ଯାହା ପାଇଁ ଏଇ କିଛି ଦିନ ହେବ କଂଗ୍ରେସ ଦଳର ଦକ୍ଷ ଓ ଅନୁଭବୀ ସଂଗଠକ ଦଳରୁ ଇସ୍ଥଫା ଦେବାରେ ଲାଗିଛନ୍ତି ଓ ଆଗାମୀ ଦିନରେ ପଦ ପଦବୀରେ ଥିବା ଅନ୍ୟ ନେତା ଦଳରୁ ଇସ୍ତଫା ଦେବା ବୋଲି ଚର୍ଚ୍ଚା ଜୋର ଧରିଛି l କିନ୍ତୁ ଜିଲ୍ଲା ମୁଖିଆ ଏହାର ସମାଧାନ କରିବା ବଦଳରେ ବେଖାତିର କରୁଛନ୍ତି ବୋଲି କଂଗ୍ରେସ କର୍ମୀ ମହଲରେ ମତପ୍ରକାଶ ପାଇଛି l ପ୍ରାର୍ଥୀ ଘୋଷଣା ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି କିମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ କିମ୍ବା ସାଂସଦ ପ୍ରାର୍ଥୀ କଂଗ୍ରେସ ସଂଗଠକ ଓ ଅସନ୍ତୁଷ୍ଟଙ୍କୁ ସାକ୍ଷାତ କରି ନାହାନ୍ତି l ଆଜି ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀର ଟିକାବାଲି, ରାଇକିଆ, ଘୁ.ଉଦୟଗିରି ବ୍ଲକ /ନଗର କଂଗ୍ରେସ ପକ୍ଷରୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କିମ୍ବା ସଭାସମିତି କାହିଁକି କରାଯାଇ ନାହିଁ ବୋଲି ଅନୁସୂଚିତ ଜାତି ବିଭାଗ କନ୍ଧମାଳ ଶାଖାର ଅଧ୍ୟକ୍ଷ ପ୍ରଫୁଲ୍ଲ ଦିଗାଳ ମତବ୍ୟକ୍ତ କରିଛନ୍ତି l ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ହରାଇବା ପାଇଁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଉଛି ବୋଲି ଅନୁସୂଚିତ ଜାତି କନ୍ଧମାଳ ଶାଖାର ଅଧ୍ୟକ୍ଷ ମତପ୍ରକାଶ କରିଛନ୍ତି l ଏହା ସହ ବିଗତ ଦିନରେ ବର୍ଷ ବର୍ଷ ଧରି କଂଗ୍ରେସ ସଂଗଠନକୁ ବଞ୍ଚାଇ ରଖି ଥିବା ଦକ୍ଷକର୍ମୀଙ୍କୁ ଅଣଦେଖା କରାଯାଇ ସଂଗଠକରେ ସମ୍ପୃକ୍ତ ନ ଥିବା ନିଷ୍କ୍ରିତ ଦକ୍ଷତା ନ ଥିବା ଲୋକଙ୍କୁ ସଂଗଠନର ଦାୟୀତ୍ୱ ଦିଆଯାଉ ଥିବା ମଧ୍ୟ ଅଧ୍ୟକ୍ଷ ପ୍ରଫୁଲ୍ଲ ଦିଗାଳ ଅଭିଯୋଗ କରିଛନ୍ତି l ସେହିପରି ଘୁ.ଉଦୟଗିରି ବ୍ଲକ ଓ ନଗର କଂଗ୍ରେସରେ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲା ମୁଖିଆ ଓ ବିଧାୟକ ପ୍ରାର୍ଥୀ କିମ୍ବା ସାଂସଦ ପ୍ରାର୍ଥୀ ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାସୁଝା କରିବା ପାଇଁ କର୍ମୀଙ୍କ ପାଖରେ ପହଂଚି ନ ଥିବା କଂଗ୍ରେସ କର୍ମୀଙ୍କ ପକ୍ଷରୁ କୁହାଯାଇଛି l ବର୍ଷ ବର୍ଷ ଧରି କଂଗ୍ରେସ ସଂଗଠନରେ ସମ୍ପୃକ୍ତ ଥିବା କର୍ମୀଙ୍କୁ ଅଣଦେଖା କରି ସଂଗଠକ ଦକ୍ଷତା ନ ଥିବା ଲୋକଙ୍କୁ ନିର୍ବାଚନ ତଦାରଖର ଦାୟିତ୍ୱ ହସ୍ତାନ୍ତରିତ କରାଯାଇଛି l ଏହି ଖବର ପ୍ରଚାରିତ ହେବା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଦେଖା ଦେଇଛି ବୋଲି ଦଳର ସକ୍ରିୟ କର୍ମୀ କହିଛନ୍ତି l ଜିଲ୍ଲା ମୁଖିଆଙ୍କ ମନମୁଖୀ କାର୍ଯ୍ୟକୁ ନେଇ ସମସ୍ତ କଂଗ୍ରେସ ପ୍ରେମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି l ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା କଂଗ୍ରେସ ସଂଗଠନ ଶୁଦ୍ଧୃଡ଼ କରିବାକୁ ଚାହୁଁ ନାହାନ୍ତି ତେଣୁ ଅନ୍ୟ ଦଳରୁ ଆସି ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଇନ ଥିବା କର୍ମୀ, ସଂଗଠନ ଦକ୍ଷତା ନ ଥିବା ନେତା ଓ ନେତ୍ରୀଙ୍କୁ ଗୁରୁତ୍ୱ ଦେବା ସହ ଆଗାମୀ ନିର୍ବାଚନର ବିଭିନ୍ନ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦେଇ କଂଗ୍ରେସକୁ ଧୂଳିସାତ କରିବାକୁ ଚାହୁଁଛନ୍ତି l ଯଦି କଂଗ୍ରେସ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ପରାଜିତ ହୁଏ ସେଥିପାଇଁ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଓ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଉଭୟେ ଦାୟୀ ରହିବେ ବୋଲି କଂଗ୍ରେସ ନେତା ତଥା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ 13 ୱାର୍ଡର ପୂର୍ବତ୍ତନ କଂଗ୍ରେସ କାଉନ୍ସସିଲର ପ୍ରାର୍ଥୀ ଶୁଭ୍ରମନ୍ୟୁ ନାୟକ ମତପ୍ରକାଶ କରିଛନ୍ତି l ଅତିଶୀଘ୍ର ଘୁ.ଉଦୟଗିରି, ରାଇକିଆ, ଦାରିଙ୍ଗବାଡି ବ୍ଲକ କଂଗ୍ରେସରେ ସକ୍ରିୟ ଥିବା ଓ ପଦ ପଦବୀରେ ଥିବା କଂଗ୍ରେସ ନେତା ନିଜ ପଦପଦବୀରୁ ସମୁହ ଇସ୍ତଫା ଦେଇ ଥିବା ମଧ୍ୟ ସୂଚନା ଦେଇଛନ୍ତି ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନ l ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରରେ 2024 ନିର୍ବାଚନରେ ବିଜୟ ହାସଲ କରିବାକୁ ଯାଉ ଥିବା କଂଗ୍ରେସ ଦଳ ପାଇଁ କର୍ମୀ ଅସନ୍ତୋଷ ଏବେ କଂଗ୍ରେସ ପାଇଁ ବଡ଼ ସମସ୍ୟା ହୋଇ ଉଭାନ ହୋଇଛି l ତେଣୁ କଂଗ୍ରେସ ଦଳର ଜିଲ୍ଲା ମୁଖିଆ ଏହି ଦଳୀୟ କ୍ରାଇସିସକୁ କି ପରି ଭାବରେ ମ୍ୟନେଜ କରୁଛନ୍ତି ଦେଖିବାକୁ ବାକି ରହିଲା l 2024 ସାଧାରଣ ନିର୍ବାଚନରେ ଶାସକ ଦଳ ବିଜେଡିକୁ କଡା ଟକ୍କର କଂଗ୍ରେସ ଦେବା ସହ ବିଜୟ ହାସଲ କରିବାର ସମ୍ଭାବନା ଅଧିକ ଥିବା ରାଜନୀତି ବିଶେଷଜ୍ଞଙ୍କ ମଧ୍ୟରେ ମତ ପ୍ରକାଶ ପାଇବା ପରେ କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ଆଶାର ଆଲୋକ ଉଇଁ ଆଶି ଥିଲା l ହେଲେ ଜିଲ୍ଲା କଂଗ୍ରେସ ଓ କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ଟଣାଓଟରା ଘୁ. ଉଦୟଗିରି ବିଧାନସଭା କ୍ଷେତ୍ରରେ କଂଗ୍ରେସ ଦଳର ବିଜୟ ପାଇଁ କାଳ ହୋଇ ପାରେ ବୋଲି ଚର୍ଚ୍ଚା ହେବା ସହ ସକ୍ରିୟ କର୍ମୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରେମୀ ଦାବୀ କରିଛନ୍ତି l