ଭାରତୀୟ ଜାତୀୟ କଂଗ୍ରେସର ବାଲିଗୁଡା ବିଧାନସଭା ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଦାଖଲ ଓ ବିଜେଡି ନେତା କଂଗ୍ରେସରେ ସାମିଲ….

ବାଲିଗୁଡ଼ା(ସିବନ୍ତ ଦିଗାଳ): ଆଜି କନ୍ଧମାଳ ଜିଲ୍ଲାର ପ୍ରଥମେ ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ହଜାର ହଜାର କଂଗ୍ରେସ ପ୍ରେମୀ ଓ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ବିଧାୟକ ପ୍ରାର୍ଥୀ ସମେତ କନ୍ଧମାଳ ସାଂସଦପ୍ରାର୍ଥୀ ଅମିର ଚାନ୍ଦ ନାୟକ , ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ, ନଗର ସଭାପତି ସପ୍ନେଶ୍ୱର ସାହୁ, ନୂଆଗାଁ ବ୍ଲକ ସଭାପତି, କୋଟଗଡ଼, ତୁମୁଡ଼ିବନ୍ଧ ସଭାପତି ସମେତ ପିସିସି ମେମ୍ବର ରାମ କୃଷ୍ଣ ପାଡ଼ି ଅନେକ ବରିଷ୍ଠ ଆଇନ ଜୀବି, କଂଗ୍ରେସ କର୍ମୀ ଏବଂ ପଧାଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପାଖାପାଖି ୮୦୦୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଆଜିର ନାମାଙ୍କନ ଦାଖଲ ଦିନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବିଜେଡି ଓ ବିଜେପି ଛାଡି ଅନେକ କର୍ମୀମାନେ କଂଗ୍ରେସରେ ଆଜି ଯୋଗଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଶେଷ କରି ବାଲିଗୁଡା ବିଜେଡି ଉପସଭାପତି ବିଯେଶ୍ୱର ମଲିକ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଧ ଭାବେ କଂଗ୍ରେସରେ ଯୋଗଦେଇଥିଲେ ।