“ଆମ ସଂସ୍କୃତି, ଆମ ଖେଳନା” କର୍ମଶାଳା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ଗୋଷ୍ଠୀ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷର “ଆମ ସଂସ୍କୃତି ଆମ ଖେଳନା କର୍ମଶାଳା ଉଦଯାପିତ ହୋଇଯାଇଛି। ବଡକୋଦଣ୍ଡା ଓ ଲାଲସିଂ କ୍ଲଷ୍ଟର ର ମିଳିତ ସହଯୋଗରେ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଉତ୍କଳୀୟ କଳାକିର୍ତ୍ତୀ, ଐତିହ୍ୟ, ସସ୍କୃତି ଓ ପରମ୍ପରା ର ସୁରକ୍ଷା, ବିକାଶ ଓ ପ୍ରଚାର ପ୍ରସାର ତଥା ଶିକ୍ଷାର୍ଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା, ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା ଗୁଣର ବିକାଶ ତଥା ଉନ୍ମୋଚନ ପାଇଁ ଏବଂ ପାଠ୍ୟକ୍ରମ ସହିତ ଆମର କଳା, ସଂସ୍କୃତି ଓ ଐତିହ୍ୟ କୁ ଯୋଡିବା ଉଦ୍ଦେଶ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଗତ ଦୁଇବର୍ଷ ହେଲା ଏହି କାର୍ଯ୍ୟକ୍ରମ ଜାରି ରହିଛି । ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ମୋହନ ସାହୁ ଓ ଲାଲସିଂ କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ଏବିଇଓ ଜଗବନ୍ଧୁ ଜେନା, କ୍ଷତ୍ରିୟବରପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା, ବିରିପଦର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରାଜେଶ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ମନୋରଞ୍ଜନ ପଣ୍ଡା ଏବଂ ଗଣେଶ ପଣ୍ଡା ନିଜ ନିଜର ମତାମତ ରଖିଥିଲେ। ଉତ୍କଳୀୟ ହସ୍ତକଳା ଓ ଲୋକକଳାର ବିକାଶ ଦିଗରେ ଉଦ୍ୟମ ଜାରି ରଖିଥିବା ହେତୁ ଶିଳ୍ପୀ ସୁରେନ୍ଦ୍ର ପ୍ରଧାନ, ସୁଶାନ୍ତ ସ୍ଵାଇଁ, ମିଟୁ କୁମାର ଜେନା, ସନ୍ତୋଷ ବିଷୋୟୀ ଏବଂ ଅଶୋକ କୁମାର ଭୂୟାଁ ଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧିତ କରାଯାଇଥିଲା।