ବିଜେଡି – କଂଗ୍ରେସର ବିଶାଳ ବାଇକ୍ ରାଲି ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ) : ଭଞ୍ଜନଗର ସହରରେ ବିଜେଡି ଓ କଂଗ୍ରେସ ପକ୍ଷରୁ ବୁଧବାର ପୃଥକ ପୃଥକ ଭାବେ ବିଶାଳ ବାଇକ ରାଲି କରାଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୭ ତମ ଶ୍ରାଦ୍ଧ ଦିବସ ଭଞ୍ଜନଗର ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ଲକ ଛକରୁ ବାହାରି ଦଳୀୟ ନେତା ଓ କର୍ମୀ ସହର ପରିକ୍ରମା କରିଥିଲେ । ତହସିଲ ଛକ ଓ ବାଉଁଶଲୁଣ୍ଡି ବାଇପାସ୍ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ନଗର ସଭାପତି ରାଜେନ୍ଦ୍ର ବିଷୋୟୀ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ସାସଂଦ ପ୍ରତିନିଧି ଦିବାକର ନାୟକ ଓ ପଞ୍ଚାନନ ପାଳ, ସୁଧିର ରଞ୍ଜନ ବେହେରା, କୁଲୁ ଭୁୟାଁ, ରବିନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ,ସମିତିସଭ୍ୟ ଓ ଦଳିୟ କର୍ମୀ ଉପସ୍ଥିତ ଥିଲେ । ଏଥି ସହିତ ଉପଖଣ୍ଡର ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡା ସମେତ ବିଭିନ୍ନ ସ୍ଥାନରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ପାର୍ଥି ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । କନ୍ଧମାଳ ଲୋକସଭା କ୍ଷେତ୍ରର ପାର୍ଥି ଅମୀର ଚାନ୍ଦ ନାୟକଙ୍କୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ନିକଟରେ ସମ୍ବର୍ଦ୍ଧିତ କରାଯିବା ପରେ କର୍ମୀମାନେ ବିଶାଳ ବାଇକ ରାଲି କରି ପଢାଳ ପଯ୍ୟନ୍ତ ପାଛୋଟି ନେଇଥିଲେ । ଏହା ପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କଂଗ୍ରେସର ଉଭୟ ପାର୍ଥି ବିଜେଡି – ବିଜେପି ବିରୋଧରେ ବର୍ଷିବା ସହ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରରେ କଂଗ୍ରେସ ସଫଳତା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।