ସାଧାରଣ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ସୀମାନ୍ତରେ ଯାଞ୍ଚ କଡାକଡି…

ଭଞ୍ଜନଗର (ନିଲୁ ବିଷୋୟୀ) : ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ଅବାଧ ଭାବେ ପରିଚାଳନା କରିବାକୁ ଭଞ୍ଜନଗର ପୁଲିସ ପକ୍ଷରୁ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଯାଞ୍ଚକୁ କଡାକଡ଼ି କରାଯାଇଛି। ମୁଜାଗଡ଼ରେ ନାକା କରାଯିବା ସହ ଫୁଲବାଣୀ ପଟୁ ଆସୁଥିବା ସମସ୍ତ ଯାନବାହନକୁ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି। ଏଠାରେ ୫ ଜଣ କର୍ମଚାରୀ ଦିନରାତି ଡ୍ୟୁଟି କରୁଛନ୍ତି। ବେଆଇନ ମଦ ବେପାର, ଗଞ୍ଜେଇ ଚାଲାଣକୁ ରୋକିବା ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାକୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ଥାନାଧିକାରୀ କୁମର ମୁଦୁଲି ପ୍ରକାଶ କରିଛନ୍ତି। ଅପରପକ୍ଷରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭଞ୍ଜନଗର ସୋରଡ଼ା ଓ ଆସିକା ବିଧାନସଭା ନିର୍ବଚନମଣ୍ଡଳୀ ପାଇଁ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଆସି କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ ପହଞ୍ଚି। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅନୀଲ ସେଠୀ ଓ ରାଜନୈତିକ ଦଳ ନେତୃବୃନ୍ଦଙ୍କ ଉପସ୍ଥିତିରେ ଅଣାଯାଇଥିବା ମେସିନ୍ ଗୁଡ଼ିକୁ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖିବା ସହ ସିଲ୍ କରି ଦିଆଯାଇଛି। ଏଠାରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।