ପାନୀୟ ଜଳ ସମସ୍ୟାରେ ସେଡ଼ପାଙ୍ଗା ଗ୍ରାମବାସୀ, ଯଥାସମ୍ଭବ ସମାଧାନ ହେବ ବୋଲି ପ୍ରତିଶୃତି ଦେଲେ ସ୍ଥାନୀୟ ସରପଞ୍ଚ..

ଅନୁସନ୍ଧାନ ଭାରତ(ବ୍ୟୁର): ଗ୍ରୀଷ୍ମ ହଉ କି ବର୍ଷା ଅବା ହଉ ଶୀତ ସବୁ ଋତୁରେ ପାଣି ସମସ୍ତଙ୍କୁ ଆବଶ୍ୟକ l ହେଲେ କୋଉଠି ନଳକୂଅ ଥାଇ ବି ଅଚଳ ତ ଆଉ କୋଉଠି ନାଳ ପାଣି ପିଉଛନ୍ତି ଲୋକ I ପୁଣି ଆଉ କୋଉଠି ପାଣି ଆଣିବାକୁ ଯିବାକୁ ପଡୁଛି ମାଇଲ ମାଇଲ ବାଟ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁଡୁପା ପଞ୍ଚାୟତର ସେଡ଼ପାଙ୍ଗା ଗ୍ରାମରେ l ଗାଧୁଆ ପାଇଁ ହେଉ,କି ପିଇବା ପାଣି ମୁନ୍ଦେ ପାଇଁ ହେଉ, ଲମ୍ବା ଲାଇନ ଲଗେଇ ଯିବାକୁ ପଡୁଛି ବିପଦ ଶଙ୍ଖୁଳ ଜର୍ଣ୍ଣାଜୀର୍ଣ୍ଣ ପଥର ବନ୍ଦେଇ ଖୋଲା କୂଅ ପାଖକୁ l ହାଣ୍ଡି, ଡେ଼କଚି ଧରି ଭିଡ ଲଗେଇବାକୁ ପଡୁଛି କୂଅ ପାଖରେ l ସେ ପୁରୁଷ ହଉ କି ମହିଳା ଜଣେ ପାଣି କାଡି ସାରିଲା ପରେ ଆଉ ଜଣେ I ଏଭଳି କିଛି ମହିଳା ପାଣି କାଡିବା ପରେ ସରିଯାଉଛି କୂଅ ପାଣି କମି ଯାଉଛି ଜଳ ସ୍ତର, ଅପେକ୍ଷା କରିବାକୁ ପଡୁଛି ଅନେକ ସମୟ I ଅନ୍ୟ ପଟେ ନଳକୂଅ ଅଛି ସତ ହେଲେ ନଳକୂଅରେ ପାଣି ବାହାରିବାର ନା ହିଁ ନାହିଁ I ସମ୍ପୂର୍ଣ ଅଚଳ ହୋଇ ପଡି ରହିଛି ନଳକୂପ l ଗ୍ରାମବାସୀଙ୍କ କହିବା ଅନୁଯାଇ ବାରମ୍ବାର ଏ ନେଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଅଭିଯୋଗ କୁ ଖାତିର କରି ନାହାନ୍ତି ସରପଞ୍ଚ ଶ୍ରୀମତୀ ପୁକରି ମାଝୀ l ଗ୍ରାମବାସି ଅନୁସନ୍ଧାନ ଭାରତକୁ ଅବଗତ କରିବାପରେ ତଥ୍ୟ ଅନୁସନ୍ଧାନ ନିମନ୍ତେ ପହଞ୍ଚିଥିଲା ସେଡପାଙ୍ଗ ଗ୍ରାମକୁ I ଉକ୍ତ ଗ୍ରାମର ତଥ୍ୟ ସଂଗ୍ରହ ପରେ ଆମ ଅନୁସନ୍ଦ ଭାରତ ପହଞ୍ଚି ଥିଲା ସରପଞ୍ଚ ଙ୍କ ପାଖକୁ l ସ୍ଥାନୀୟ ସରପଞ୍ଚ ଦୀର୍ଘ ବର୍ଷର ଏହି ସମସ୍ୟାକୁ ସ୍ୱୀକାର କରି ଖୁବ ଶୀଘ୍ର ସମାଧାନ କରାଯିବା ନେଇଁ ପ୍ରତିଶୃତି ଦେଇଥିଲେ I