ଗୁଣପୁର ଟାଟା ପାୱାରର ମନମୁଖୀ କାର୍ଯ୍ଯ ଯୋଗୁଁ ହରଡ଼ ଘଣାରେ ଉପଭୋକ୍ତା….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଟାଟା ପାୱାର କର୍ତ୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ଯ ଦିନକୁ ଦିନ ବଢିବାରେ ଲାଗିଛି। ଯେବେ ଠାରୁ ବିଦ୍ୟୁତ୍ ବିଭାଗ ଟାଟା ହାତକୁ ଚାଲିଗଲା ସେବେଠାରୁ ବିଭାଗୀୟ ଅଧିକାରୀମାନେ ଆମ ହାତରେ କିଛି ନାହିଁ ସବୁ ଟାଟା ବୋଲି କହି ଉପଭୋକ୍ତାଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି । ମୁଖ୍ୟତଃ ଘଣ୍ଟା ଘଣ୍ଟାକୁ ଅଘୋଷିତ ବିଦ୍ୟୁତ କାଟ କରୁଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିକାଲି ସବୁ ଅନ୍ ଲାଇନ୍ ରେ କାମ କରାଯାଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବ୍ୟାଙ୍କ୍, ତହସିଲ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲୋକେ ବହୁ ଦୂର ଦୂରାନ୍ତରୁ ଗୁଣୁପୁର ସଦର ମହକୁମାକୁ ଆସିଥାନ୍ତି କିନ୍ତୁ ଅନେକ ସମୟରେ ସହର ମଧ୍ୟରେ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅପରପକ୍ଷେ ରବିବାର ଦିବା ୯ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଗୁଣପୁର ସହରରେ ମଧ୍ୟରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟାଟା ପାୱାର ପକ୍ଷରୁ ଡାକବାଜି ଜନ୍ତ୍ର ଯୋଗେ ପ୍ରଚାର କରିବା ସହ ସାମଜିକ ଗଣମାଧ୍ୟମରେ ମଧ୍ଯ ସୁଚନା ଦିଆଯାଇଥିଲା l ଏହି ଫଳରେ ବିଦ୍ୟୁତ୍ ଉପରେ ନିର୍ଭର କରୁଥିବା ଲୋକେ ଏହାକୁ ଦୃଷ୍ଟିରେ ରଖି ଅନେକ ଉନ୍ନୟନମୂଳକ କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ହୋଟେଲ, ଗ୍ୟାରେଜ୍ ଇତ୍ୟାଦି ବନ୍ଦ କରି ଦେଇଥିଲେ । କିନ୍ତୁ ସବୁଦିନ ଭଳି ଏକ ଘଣ୍ଟା ବିଦ୍ୟୁତ୍ କଟାଯିବା ପରେ ପୁଣି ବିଦ୍ୟୁତ ଆସିଯାଇଥିଲା। ଗୁଣପୁର ଟାଟା ପାୱାର କର୍ମଚାରୀଙ୍କ ଏହି ଭଳି ମନମୁଖୀ କାର୍ଯ୍ଯ ଯୋଗୁଁ ସାଧାରଣ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି । ଆଗକୁ ଅଧିକରୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରୀ ହେବାକୁ ଥିବା ବେଳେ ଏବେ ଠାରୁ ବିଦ୍ୟୁତ୍ ବିଭାଗ ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ହେବା ଜରୁରୀ ବୋଲି ଉପଭୋକ୍ତା ମାନେ ମତ ପ୍ରକାଶ କରିଛନ୍ତି।