ଅନୁସନ୍ଧାନ ଭାରତ(ଵ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଏସ. ଧନଞ୍ଜୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର -୨୦୨୩ ପାଇବେ। ସୋମବାର ଏହି ଖବର ଭଞ୍ଜନଗରରେ ପହଞ୍ଚିବା ପରେ ଶିକ୍ଷକ, କର୍ମଚାରୀମାନେ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ବିଇଓଙ୍କୁ ସ୍ବାଗତ କରାଯାଇଛି। ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଭଞ୍ଜନଗର ବିଇଓଙ୍କ ସମେତ ରାଜ୍ୟର ୧୦ ଜଣ ଶ୍ରେଷ୍ଠ ବିଇଓ ଏହି ପୁରସ୍କାର ପାଇବେ। ଏଥି ମଧ୍ୟରେ ସେ ତୃତୀୟ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିସହ ଅନ୍ୟାନ୍ୟ ବର୍ଗରେ ମଧ୍ୟ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ଶିକ୍ଷକ, ପରିଚାଳନା କମିଟି କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ବ୍ଲକର ସମସ୍ତ ସି.ଆର.ସି.ସି ଉପଢ଼ୌକନ ଓ ଫୁଲତୋଡା ଦେଇ ବିଇଓ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।