ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ନୂତନ ବର୍ଷର ଛାତ୍ରଛାତ୍ରୀ ସ୍ବାଗତ ସମ୍ବର୍ଦ୍ଧନା ଓ ପାଠ୍ୟଚକ୍ର ଅନୁଷ୍ଠିତ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏଥିରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ମନୋଜ ଡାକୁଆ, ଅଧ୍ୟାପକ ଟୁଟୁ ପ୍ରଧାନ, ଅଧ୍ୟାପିକା ଆରତୀ ପାଣିଗ୍ରାହି, ବର୍ଷାରାଣୀ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଜାନୁୟାରୀ ୨୫ ଜାତୀୟ ଭୋଟର ଦିବସ ଅବସରରେ ବିଭାଗର ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନ ଙ୍କ ଦ୍ଵାରା ପାଠ୍ୟଚକ୍ର “ଭାରତରେ ନିର୍ବାଚନ ଜନୀତ ସଂସ୍କରଣ ସମସ୍ୟା ଓ ସମ୍ଭାବନା” ଏବଂ “ଏକ ରାଷ୍ଟ୍ର ଏକ ନିର୍ବାଚନ” ଉପରେ ପାଠ୍ୟଚକ୍ରରେ ଛାତ୍ରଛାତ୍ରୀମାନେ ଭାଗ ନେଇ ନିଜ ନିଜର ମତାମତ ରଖିଥିଲେ । ପୂଜା ସ୍ୱାଇଁ, ରୀତା ପଟ୍ଟନାୟକ, ସୀମାଞ୍ଚଳ ନାୟକ, ରୁଦ୍ରମଣି ସେଠୀ, ସାବିତ୍ରୀ ସେଠୀ, ମାମୁନି ଡାକୁଆ,କାଳୁ ଚରଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।