ଅନୁସନ୍ଧାନ ଭାରତ(ଵ୍ୟୁର): ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିଭଳି ଏହି କମିଟିରେ ଶ୍ରୀ ବିସ୍ମୟ ମହାପାତ୍ର, ଶ୍ରୀ ଜିନେଶ ଦାଶ, ଶ୍ରୀ ପ୍ରକାଶ ମିଶ୍ର, ଶ୍ରୀ ସଂଜୟ ତ୍ରିପାଠୀ ଓ ଶ୍ରୀ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।