ଲାଇନ ପଡ଼ାରେ ଜନଜାତି ମହୋତ୍ସବ ଧୁମ ଧାମରେ ଆୟୋଜିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲl ଚକାପାଦ ବ୍ଲକର ଲାଇନି ପଡ଼ା ହାଇସ୍କୁଲ ପଡ଼ିଆ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ୨୦୨୩ ଅନୁଷ୍ଠିତ ହେଇଯାଇଛି l ଏହି ଅବସରେ ଏସ ଡି. ସି ଅଧକ୍ଷ କନ୍ଧମାଳ ରଦନ ମଳିକ, ବି କେ ଏସ ଏସ. ଚକାପାଦ ମହନ ମୁରଲୀ ଦଣ୍ଡିଆ,ଉପାଧ୍ୟାକ୍ଷା ନଳିନୀ କହଁର, ବି.ଡି.ଓ ଚକାପାଦ ହୃଦା ରଞ୍ଜନ ସାହୁଙ୍କ ସମେତ ପୂର୍ବତନ ଚେୟାରମ୍ୟାନ ତପନ କହଁର, ସମସ୍ତ ସରପଞ୍ଚ, ସମିତି ସଭ୍ୟା ଙ୍କୁ ଚାଙ୍ଗୁ ନୃତ୍ୟ ଓ ବାଦ୍ୟର ପ୍ରକମ୍ପିତ ଶବ୍ଧ ଧ୍ୟୁନିରେ ସ୍ୱାଗତ ଜଣେଇ ବଜାର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳାସଂକୃତି ସଂଘ ସଭାପତି ହୃଦା ରଞ୍ଜନ ସାହୁ ଏବଂ ବ୍ଲକ ପ୍ରଶାସନର ଦୃଢ଼ ଆଲୋଚନା ଓ ନିଷ୍ପତିର ଶୃଙ୍ଖଳିତ ପଦକ୍ଷେପରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନଜାତି ମହୋତ୍ସବରେ ସ୍ୱତନ୍ତ ଉର୍ନୟନ ପରିଷଦ ଅଧକ୍ଷ କନ୍ଧମାଳ ରୋଦନ ମଳିକ, ବ୍ଲକ ଚେୟାରମ୍ୟାନ ବୈନେତ୍ରୀ କହଁର, ସ୍ୱତନ୍ତ୍ର ଉର୍ନୟନ ପରିଷଦ ଉପାଧ୍ୟାକ୍ଷ ନଳିନୀ କହଁର, ଜ଼ିଲ୍ଲା କଳା ସଂକୃତି ସଂଘ କନ୍ଧମାଳର ଉପସଭାପତି ବିଜେନ୍ଦ୍ର ପ୍ରଧାନ, ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ ଟିକାବାଲିର ସଭାପତି କ୍ରିଷ୍ଣା ଚନ୍ଦ୍ର ଦିଗାଲ, ବରିଷ୍ଠ ସଂକୀର୍ତ୍ତନ କଳାକାର କନ୍ଧମାଳ ସିମାଞ୍ଚଳ ମାଝୀ, ସମିତି ସଭ୍ୟା ଶ୍ରୀମତୀ ଶ୍ରୀଦେବୀ କହଁରଙ୍କ ଆୟୋଜିତ ଜନଜାତି ମହୋତ୍ସବର ପ୍ରଥମ ଦିନରେ ଯୋଗଦାନ ଦେଇ ନିଜର ବଳିଷ୍ଠ ବ୍ୟକ୍ତବ୍ୟ ମାଧ୍ୟମରେ କଳାକାରଙ୍କ ମନବଳକୁ ସୁଦୃଢ ଏବଂ ଉତ୍ସlହିତ କରିଥିବା ଦେଖିବାକୁ ମିଳିଛି I ଏହି କାର୍ଯ୍ୟକ୍ରମ ତା ୨୧/୧୨/୨୦୨୪ ଓ ୨୨/୧୨/୨୦୨୨ରିଖ ଦୁଇଦିନ ଧରି କାର୍ଯ୍ୟକ୍ରମ ଚାଲୁ ରହିବ _ବୋଲି ଜଣା ପଡ଼ିଛି l ପ୍ରଥମ ଦିନରେ ଚକାପାଦ, ଟିକାବାଲି, ଫୁଲବାଣୀ ଓ ଖଜୁରୀପଡା ବ୍ଲକର କଳାକାର ବୃନ୍ଦ ଷ୍ଟେଜରେ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି I ନୃତ୍ୟ ପରିବେଷଣ କରିଥିବା ସମସ୍ତ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଯାଇଥିଲା l