ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ସଲପଗାଁ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ଏକ mock United Nations (ଛଦ୍ମ ଜାତିସଂଘ) ଅନୁଷ୍ଠିତ ହୋଇଯାଇଅଛି । ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ନଳୀନି କର୍ଣ୍ଣ ଓ ଦିପ୍ତିମୟୀ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ର ୨୨(ବାଇଶ) ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଏବଂ ଜାତିସଂଘର ସାଧାରଣ ସଭାରେ କିପରି ବିଭିନ୍ନ ଆନ୍ତର୍ଜାତିକ ବିଷୟ ସବୁ ଆଲୋଚନା ହୋଇ ସମାଧାନର ବାଟ ବାହାର କରାଯାଇ ଥାଇ ତାହା ଅତି ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଦେଶର ପ୍ରତିନିଧି ଭାବରେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ସମସ୍ୟା ଉପରେ ସୁନ୍ଦର ଆଲୋଚନା କରିଥିଲେ । ସଭା ଶେଷଭାଗରେ ଏକ ଗୁରୁତ୍ତ୍ଵ ପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କ ସୁନ୍ଦର ଉପସ୍ଥାପନକୁ ପ୍ରଶଂସା କରିବା ସହ ଜାତିସଂଘ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟୀତ୍ରି ସହଯୋଗ କରିଥିଲେ ।