ଉପ-ବାଚସ୍ପତି ସାଲୁଗା ପ୍ରଧାନଙ୍କ ଦ୍ୱାରା ପାର୍କ ଏବଂ ସେଲ୍ଫି ଜୋନ ଉଦଘାଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ମାନ୍ୟ
ବର ଉପ ବାଚସ୍ପତି ତଥା ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ଆଜି ୱାର୍ଡ ନମ୍ବର ୧୨ ଏବଂ ୱାର୍ଡ ନମ୍ବର ୪ରେ ମୁକ୍ତା ଯୋଜନା ଦ୍ୱାରା ନିର୍ମିତ ହୋଇ
ଥିବା ଅତିସୁନ୍ଦର ପାର୍କ ଏବଂ ୱାର୍ଡ ନମ୍ବର ୧ ପଦାସାହିରେ ଥିବା I ♥️ G.UDAYGIRIର ଏକ ସେଲ୍ଫି ଜୋନ ପଏଣ୍ଟ ଉଦଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷା ଦେବସ୍ମିତାଶତପଥି, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଓ ବିଭିନ୍ନ ୱାର୍ଡ କାଉନସିଲର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ସହ ଏନଏସି କର୍ମକର୍ତ୍ତା ଉପସ୍ଥିତ ଥିଲେ I