‘ସାଂପ୍ରଦାୟିକ ସଦଭାବନା ହିଁ ସାମାଜିକ ବିକାଶର ମୂଳମନ୍ତ୍ର’ ଆଲୋଚନା ଚକ୍ର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ ଥିବା କଳିଙ୍ଗ ମହାବିଦ୍ୟାଳୟ ଠାରେ ‘ସାଂପ୍ରଦାୟିକ ସଦଭାବନା ହିଁ ସାମାଜିକ ବିକାଶର ମୂଳମନ୍ତ୍ର’ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ସମାଜରେ ଭାଇଚାରା ସୃଷ୍ଟି ହେବା ଅର୍ଥ ବିକାଶ ସୁଦୃଢ଼ ହେବା ନିଶ୍ଚିତ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କ ଦ୍ଵାରା କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ସାଂପ୍ରଦାୟିକ ସଦଭାବନା’ ସଂପର୍କରେ ଆୟୋଜିତ ଆଲୋଚନା ଚକ୍ରରେ ଆଲୋଚକ ଭାବେ ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ବିନାୟକ ବିଶ୍ୱାଳ ଏବଂ ଓଡ଼ିଆ ବିଭାଗ ମୁଖ୍ୟା ଅଧ୍ୟାପିକା ସୁପ୍ରିୟା ମହାନ୍ତି ଯୋଗଦେଇଥିଲେ । ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଝୁନୁମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।