ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ କରକମଳରେ ବରିଷ୍ଠ କବି ହର୍ଷଦା ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ କବିତା ସଙ୍କଳନ “ଶିଶୁଟିଏ ପୁଷ୍ପଟିଏ”

ଅନୁସନ୍ଧାନ ଭାରତ(ବ୍ୟୁର): ଆମ ଏହି ମାଟିର ମଣିଷ ଟିଏ ଯାହାଙ୍କ ଶବ୍ଦ ର ସଂଯୋଜନା ରେ ପୁଲକିତ ହୁଏ ମନର ଚେତନାର ବନହିଁ, ଯିଏ ଓଡ଼ିଆ ଭାଷା ସାହିତ୍ୟର ଶବ୍ଦ କୋଷର ଶଦ୍ଦ ପେଢ଼ିକୁ ଖୋଲି ଲେଖନୀ ମୁନରେ ପରିସ୍ଫୁଟିତ କରିଥିବା କାବ୍ୟ ଓଡ଼ିଆ ଭାଷା ଓ ଓଡ଼ିଆ ମାଟି କୁ ରୁଦ୍ଧିମନ୍ତ କରିଛି ସେହି ଓଡ଼ିଆ ସାହିତ୍ୟ ର ସାଧକ, ଓଡ଼ିଆ ଭାଷାର ବାଗ୍ମୀ କବି ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ବରଚିତ“ଶିଶୁ ଟିଏ ପୁଷ୍ପ ଟିଏ” ପୁସ୍ତକ ଆଜି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲଙ୍କ ଦ୍ବାରା ପ୍ରଶଂସିତ ହୋଇ ଆମ ମାଟିର ଗରୀମାକୁ ଉଜ୍ବିବିତ ସହ ଏକ ନୂତନ ଯୁଗର ପ୍ରାରମ୍ଭର ମଶାଲ ଜାଳି ଦେଇଛନ୍ତି । ସର୍ବଦା ସାହିତ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଛନ୍ତି । ୟା ପୂର୍ବରୁ ବିଭିନ ଗଳ୍ପ, କବିତା ଆଦି ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ବାହାରି ସର୍ବଦା ସମାଜକୁୁ ଉଚିତ ଶିକ୍ଷା ଦେବାରେ ସହାୟକ ହୋଇଛି ତାଙ୍କ ରଚନା ବଳୀ । ଶ୍ରୀ ପଟ୍ଟନାୟକଙ୍କ କହିବା କଥା ହେଲା ସାହିତ୍ୟ ଉନ୍ନତୀ ହେଲେ ସମାଜର ଉନ୍ନତୀ ହେବ, ସାହିତ୍ୟ ହିଁ ଏକମାତ୍ର ମାଧ୍ୟମ ଯାହା ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ। ଅଧୁନା ସେ ଏକ ରାମାୟଣ ରଚନା କରିବାରେ ନିଜକୁ ନିୟୋଜିତ କଖିଛନ୍ତି । ମହାମହିମ ରାଜ୍ୟପାଳଙ୍କ କରକମଳରେ ସ୍ବରଚିତ କବିତା ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି। ଏଇ ସ୍ୱର୍ଣୀମ ସଫଳତା ପାଇଁ ପଟ୍ଟନାୟକଙ୍କୁ ସ୍ଥାନିୟ ବୁବ୍ଦିଜୀବି ମହଲ ରେ ଶୁଭେତ୍ସାର ବାର୍ତ୍ତା ଛୁଟିଛି ।