ହିଞ୍ଜିଳି ଥାନାରେ ବିଦାୟ ଏବଂ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାରେ ବିଦାୟ ଏବଂ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ ବର୍ଷ ହିଞ୍ଜିଳି ଥାନାଧିକାରୀ ଭାବରେ କାର୍ଯ୍ୟ କରିଥିବା ଅଭିମନ୍ୟୁ ଦାସଙ୍କ କମିଶନରେଟ ପୁଲିସକୁ ବଦଳି ହେବା ପରେ ନୂତନ ଥାନାଧିକାରୀ ଭାବରେ ଶ୍ରୀନିବାସ ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ହିଞ୍ଜିଳି ଥାନା ତରଫରୁ ଉଭୟଙ୍କୁ ବିଦାୟୀ ଏବଂ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମାଶଙ୍କର ସିଂହ, ସୋରଡ଼ା ଥାନାଧିକାରୀ ଅନୀଲ କୁମାର ପରିଡ଼ା, କୋଟିନଡା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ସାହା, ଆସିକା ଥାନାଧିକାରୀ ସ୍ୱରୂପ କିଶାନ, ଧରାକୋଟ ଥାନାଧିକାରୀ ପ୍ରମୂଖ ମଞ୍ଚାସୀନ ଥିଲେ।