ଧରାକୋଟ ରୟାଲ୍ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ…..

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ଅଞ୍ଚଳର ଛାତ୍ରଛାତୀଙ୍କ ଉଚ୍ଚ ଶିକ୍ଷା ସ୍ବପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଧରାକୋଟରେ ରୟାଲ୍ ଡିଗ୍ରୀ କଲେଜ୍‌ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏହାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ଏହି କଲେଜ୍‌ର ନାମକୁ ସମସ୍ ୱେବ୍ ସାଇଡରେ ସଂଲଗ୍ନ କରିଛନ୍ତି I ଏସଂପର୍କରେ ଉଚ୍ଚ ଶିକ୍ଷା ବିଭାଗର ଚିଠି ନମ୍ବର ୩୭୭୫୮ ତାରିଖ ୨/୯/୨୩ ପ୍ରକାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହି ମହାବିଦ୍ୟାଳୟରେ ନାମ ଲେଖି ପଢିବା ପାଇଁ ସାମ୍.ସ ଜରିୟାରେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ସେପ୍ଟେମ୍ବର ୪ ତାରିଖରୁ ୧୩ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି । ପ୍ରକାଶ ଥାଉ କି ଏଠାରେ ତିନୋଟି ବିଷୟରେ ଯଥା ଓଡ଼ିଆ, ରାଜନୀତି ବିଜ୍ଞାନ ଓ ଶିକ୍ଷା ସମ୍ମାନ ଶ୍ରେଣୀରେ ଯଥାକ୍ରମେ ୬୪,୩୨,୩୨ ଆସନର ବ୍ୟବସ୍ଥା ରହିଛି । ମହାବିଦ୍ୟାଳୟ କତ୍ର୍ତପକ୍ଷ ଏହି ଅବସରରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ ଅଭିଭାବକ ଓ ଅଞ୍ଚଳବାସୀଙ୍କୁ ଶୁଭ କାମନା ଜଣାଇବା ସଙ୍ଗେ ସଙ୍ଗେ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରିଛନ୍ତି ।